ବାଲେଶ୍ଵର ଜିଲ୍ଲା ପ୍ରଶାସନର ଜନଶୁଣାଣୀ ଶିବିର ଅନୁଷ୍ଠିତ
ବାଲେଶ୍ଵର (ସରୋଜ ପଣ୍ଡା): ଆଜି ଦିବା ଘ.୧୦ଟିକା ସମୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲା ପ୍ରଶାସନର ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୧୮୯ ଜଣ ଅଭିଯୋଗକାରି ନିଜ ନିଜର ଅଭିଯୋଗ ଫର୍ଦ୍ଦ ଉପସ୍ଥାପନ କରିଥିଲେ। ଏହି ଅଭିଯୋଗ ମଧ୍ୟରେ ୧୫୯ ଗୋଟି ବ୍ୟକ୍ତିଗତ, ୧୭ ଗୋଟି ସାମୂହିକ ଓ ୧୩ ଗୋଟି ରେଡ୍ କ୍ରସ ସମ୍ପର୍କିତ ଥିଲା । ଏହି ଜନଶୁଣାଣୀ ଶିବିରରେ ୨୧ ଗୋଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ ସିଂ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀଯୁକ୍ତ ପ୍ରଭାତ କୁମାର ବେହେରାଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।


