ବିଜେପି ଦଳୀୟ କର୍ମୀଙ୍କୁ ନେଇ ’ଭିବି ଜି ରାମ ଜି’ କର୍ମଶାଳା
ବୈପାରୀଗୁଡା ( ବିକ୍ରାନ୍ତ କୁମାର ବେବର୍ତ୍ତା ): ବୈପାରୀଗୁଡା ସ୍ଥିତ ଶହୀଦ ଲଷ୍ମଣ ନାୟକ ପାଠାଗାର ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ୪ ଗୋଟି ମଣ୍ଡଳ ସ୍ତରୀୟ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା ତଥା ” ଭିବି ଜି ରାମ ଜି ” କର୍ମଶାଳା ଆୟୋଜିତ ଅନୁଷ୍ଟିତ ହୋଇଯାଇଛି। କୋରାପୁଟ ନିର୍ବାଚନ ମଣ୍ଡଳ ର କର୍ମୀଙ୍କୁ ନେଇ ଏହି କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଆଦିବାସୀ ମୋର୍ଚ୍ଛା ସଭାପତି ନରେନ୍ଦ୍ର କାନ୍ଦିଲିଆ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଓବିଶି ରାଜ୍ୟ ସଦସ୍ୟ ଜି.ଜଗା ରାଓ, ସଂମ୍ମାନୀୟ ଅତିଥିଭାବେ କୋଲାର ମଣ୍ଡଳ ସଭାପତି ମହନଲାଲ ଅଡ଼ାରୀ ଓ ପ୍ରଭାରୀ ଉମେଶ ପଟ୍ଟନାୟକ, ବୈପାରୀଗୁଡା ମଣ୍ଡଳ ସଭାପତି ରାଜେନ୍ଦ୍ର ଗୌଡ଼ ଓ ପ୍ରଭାରୀ ସିମାଞ୍ଚଳ ନାୟକ, ସହ ପ୍ରଭାରୀ ନାଟବାର ପଟ୍ଟନାୟକ ଓ ସନୁ ଖରା ମଞ୍ଚାସିନ ହୋଇଥିଲେ। ଏହି ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ମନରେଗା ନାଁ ବଦଳାଇଲେ କେନ୍ଦ୍ର ସରକାର। ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା ନାଁରେ ହେଲା ନାମିତ। ଯୋଜନାରେ ସର୍ବନିମ୍ନ ନିଯୁକ୍ତି ଦିବସକୁ ମଧ୍ୟ ବୃଦ୍ଧି କଲେ ସରକାର। ସର୍ବନିମ୍ନ ୧୨୫ ଦିନକୁ ୨୪୦ ଦିନ ଯାଏଁ ବୃଦ୍ଧି କଲେ। ପ୍ରଥମେ ଏହାର ନାଁ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି-ଏନ.ଆର.ଇ.ଜି.ଏ ନାଁ ରହିଥିବା ବେଳେ ପରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଏମ.ଜି.ଏନ.ଆର.ଇ.ଜି.ଏ ହୋଇଥିଲା। ଆଉ ଏବେ ଭିବି ଜି ରାମ ଜି ନାଁରେ କେନ୍ଦ୍ର ସରକାର ପରିବର୍ତ୍ତନ କରିଥିବାରୁ ସମସ୍ତଙ୍କୁ ଏହି ଯୋଜନା ବିଷୟରେ ବୁଝାଇବା ପାଇଁ କର୍ମୀ ମାନଙ୍କୁ ଦଳୀୟ ନେତା ମାନେ ଗୁରୁମନ୍ତ୍ରୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସହ ସମ୍ପଦକ କୌଳାଶ ନାୟକ ମଞ୍ଚ ପରିଚାଳନା କରିଥିଲେ। ମିଡିଆ ସେଲ ଧନପତି ନାୟକ ଏସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।


