ଶାସଙ୍ଗରେ ଏକବିଂଶତମ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି
ହାଟଡିହି (ଓ୍ବାଇଏନଏସ): ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଶାସଙ୍ଗ ଗ୍ରାମରେ ତିନିଦିନ ଧରି ଚାଲିଥିବା ଏକବିଂଶତମ ବିଶ୍ୱଶାନ୍ତି ମହାଯଜ୍ଞ ଆଜି ଉଦଯାପିତ ହୋଇଛି। । ଆଜି ସକାଳେ ପଣ୍ଡିତ ପଦ୍ମନାଭ ପଣ୍ଡା, ଶଶିକାନ୍ତ ମିଶ୍ର, କୃପାସିନ୍ଧୁ ପାଢୀ, ଓ ଧରଣୀଧର ଦ୍ଵିବେଦୀଙ୍କ ଦ୍ବାରା ଗ୍ରାମର ଆରାଧ୍ୟ ଦେବତା ଶିଖରେଶ୍ୱରଙ୍କ ମନ୍ଦିରରେ ରୁଦ୍ରାଭିଶେକ କରାଯିବା ପରେ ସୂର୍ଯ୍ୟପୂଜା, ଧେନୂପୂଜା, ସହ ଗୀତାଯଜ୍ଞ ଅନୁଷ୍ଠିତ ହୋଇଥଲା । ପରେ ଅପରାହ୍ନରେ ପୂର୍ଣ୍ଣାହୁତି ପ୍ରଦାନ କରଯାଇଥିଲା। ଏଥିପାଇଁ ଗାଁ ଟି ଉତ୍ସବ ମୁଖରିତ ହୋଇ ଉଠିଥିଲା। ଶହ ଶହ ମାନସିକଧାରୀ ଯଜ୍ଞ କୁଣ୍ଡରେ ନଡ଼ିଆ ଓ ଘିଅ ଢାଳିଥିଲେ। ସନ୍ଧ୍ୟାରେ ଏକ ମନୋଜ୍ଞ ପରିବେଶରେ କଳସ ଶୋଭାଯାତ୍ରା ମାଧ୍ୟମରେ କଳସ ବିସର୍ଜନ କରାଯାଇଥିଲା। ଏଥିରେ ଗ୍ରାମର ଆବାଳ ବୃଦ୍ଧ ବନିତା ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ର ଅଧିକାରୀଙ୍କ ସହିତ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ମାନେ ଯୋଗଦେଇଥିଲେ। ସୁଧାଂଶୁ ବିଶ୍ୱାଳ, ମଧୁମିତା ସ୍ୱାଇଁ, ଦୁର୍ଯ୍ୟୋଧନ ବିଶ୍ଵାଳ, ଖଗେଶ୍ୱର ବାରିକ, ସୁବୋଧ ଆୟଚ, ପର୍ଶୁରାମ ନାୟକ, ବୀରଭଦ୍ର ବିଶ୍ଵାଳ, ଦର୍ପଦଳନ ଆଚାର୍ଯ୍ୟ, ସୁଧାଂଶୁ ଆୟଚ, ମାନସ ପାଢ଼ୀ, ରବି ନାରାୟଣ ବେହେରା, ସନ୍ତୋଷ କୁଅଁର, କାର୍ତିକେଶ୍ୱର ପ୍ରଧାନ, ତପନ ବିଶ୍ୱାଳ, ବିଜୟ ବିଶ୍ୱାଳ, ସୁଶାନ୍ତ ଧଳ, ସତ୍ୟବ୍ରତ ଦେବତା ପ୍ରମୁଖ କର୍ତ୍ତା ଭାବେ ସାମିଲ ହୋଇଥିବା ବେଳେ ପ୍ରତିଦିନ ସନ୍ଧ୍ୟାରେ ଭଜନ କୀର୍ତ୍ତନ ଓ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ତିନିଦିନ ବ୍ୟାପି ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା। ତପୋଧନ ସ୍ୱାଇଁ, କୁମୁଦୁନୀ ସାମଲ, କାହ୍ନୁ ଚରଣ ପାଢ଼ୀ, ମୋହନ ଚରଣ ପାଢ଼ୀ, ବିମ୍ବାଧର ବିଶ୍ଵାଳ, ବନ ବିହାରୀ ବେହେରା, ପ୍ରାଣବଲ୍ଲବ ବିଶ୍ଵାଳ, ରମାକାନ୍ତ ବିଶ୍ଵାଳ, ଅନାଦି ଚରଣ ବିଶ୍ଵାଳ, କୈଳାଶ ସୁବୁଦ୍ଧି, ଜଗବନ୍ଧୁ ରାଉତ, ଶାନ୍ତନୁ ରାଉତ, ଚକ୍ରଧର ସାହୁ, ଅନାଦି ଚରଣ ରାଉତ, ଶିଶିର ବିଶ୍ବାଳ, କିଶୋର ଆଚାର୍ଯ୍ୟ, ସୁଧାଂଶୁ ବିଶ୍ବାଳ, ବସନ୍ତ ବେହେରା, ଦୁର୍ଗା ପ୍ରସାଦ ସ୍ୱାଇଁ, ନରହରି କୁଅଁର, ପ୍ରଦୀପ ସ୍ୱାଇଁ, ରାଜ କିଶୋର ମହାନ୍ତି, ସୁଶାନ୍ତ ବେହେରା, ରବୀନ୍ଦ୍ର ସ୍ୱାଇଁଙ୍କ ସମେତ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


