ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ

 ବାଲେଶ୍ବର(ସରୋଜ ପଣ୍ଡା): ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଉତ୍ସବ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ନାରାୟଣ ପ୍ରଧାନ ସଭାପତି ଜିଲ୍ଲାପରିଷଦ, ଡ. ନେହା ସିଂ ୟୁନିସେଫ୍ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ,  ଜିଲ୍ଲାପରିଷଦ ସଦସ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଅନ୍ୟ ଅଧିକାରୀବୃନ୍ଦ ଯୋଗ ଦେଇ କନ୍ୟା ସନ୍ତାନ ମାନଙ୍କର ସୁରକ୍ଷା ଓ ଅଧିକାର ଉପରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍କୁଲ ଓ କଲେଜରୁ ଆସିଥିବା କିଶୋରୀ ବାଳିକା ମାନଙ୍କୁ ନେଇ ସ୍ଲୋଗାନ ଓ ଭାଷଣ ପ୍ରତିଯୋଗିତା ଆୟୋଜନ କରାଯାଇ ବିଜେତା ପ୍ରତିଯୋଗି ମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ସହିତ ଅର୍ଥରାଶି ଉପସ୍ଥିତ ବରିଷ୍ଠ ଅତିଥି ମାନଙ୍କ କରକମଳ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଧିକ ସାରସ୍ୱତ କରିବା ପାଇଁ ଜିଲ୍ଲା କାର୍ଯ୍ୟାଳୟର ପ୍ରୋଟେସ୍କନ୍ ଓ ପ୍ରୋଗ୍ରାମ ଅଧିକାରୀ, ଜିଲ୍ଲାର ସମସ୍ତ ସିଡ଼ିପିଓ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଏସ୍ ଏଚ୍ ଜି ସଦସ୍ୟା, କିଶୋରୀ ବାଳିକା ଓ ଜିଲ୍ଲା ମହିଳା ସଶକ୍ତିକରଣ କାର୍ଯ୍ୟଳୟର ସମସ୍ତ କର୍ମକର୍ତ୍ତା ସକ୍ରିୟ ଅଂଶଗ୍ରହଣ କରିଥିଲେ। ବାମଦେବ ପାଣିଗ୍ରାହୀ ଡିପିସି ମମତା ମଞ୍ଚ ସଂଚାଳନ କରିଥିଲେ। ପରିଶେଷରେ ପ୍ରୋଟେକସନ୍ ଅଧିକାରୀ ଶ୍ରୀମତୀ ଯୁଥିକା ରାୟ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ