ଛାତ୍ରଛାତ୍ରୀ ଅଇଁଠାପତ୍ର ଉଠାଇବା ଘଟଣା: ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅଧିନ କଂସାର ପଞ୍ଚାୟତର ସାହାସପୁର ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅଇଁଠାପତ୍ର ଉଠାଯାଇଛି। ଏନେଇ ସ୍କୁଲ ପରିଚାଳନା ସମିତି ସମେତ ୩୦ରୁ ଅଧିକ ଅଭିଭାବକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଉଲ୍ଲେଖ ରହିଛି ବିଦ୍ୟାଳୟ ନିକଟରେ ଥିବା ଏକ ମନ୍ଦିରରେ ୫ଦିନ ଧରି ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହାସହ କେତେକ ଉଠାଦୋକାନୀ ସେଠାରେ ବ୍ୟବସାୟ କରିଥିଲେ। ଯଜ୍ଞ ସରିବା ପରେ ସେଠାରେ ପଡିଥିବା ଅଇଁଠାପତ୍ର ଓ ପଚାସଢା ଜିନିଷକୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଠାଇଥିଲେ। ଏହାକୁ ଉଠାଇବା ପାଇଁ ବିଦ୍ୟାଳୟ ପକ୍ଷରୁ ପିଲାମାନଙ୍କୁ କୁହାଯାଇଥିଲା। ଏହାଦ୍ୱାରା ପିଲାମାନଙ୍କ ଶିକ୍ଷାଗତ ଓ ମୈାଳିକ ଅଧିକାର କ୍ଷୂର୍ଣ୍ଣ ହୋଇଛି। ପିଲାମାନଙ୍କ ଦ୍ୱାରା କୈାଣସି କାର୍ଯ୍ୟ ହେବ ନାହିଁ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ଉଲ୍ଲଙ୍ଘନ କରିଛନ୍ତି। ତେଣୁ ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ରମେଶ କୁମାର ସେଠୀ, ମନୋରଞ୍ଜନ ମହାପାତ୍ର, ବ୍ରହ୍ମାନନ୍ଦ ମଲିକ, ଭକ୍ତଚରଣ ମଲିକ, ଝରଣା ରାଉତ, ରଶ୍ମିତା ମଲିକ, ରଞ୍ଜନ ମଲିକ, ପୁଷ୍ପଲତା ମଲିକ, ଶଙ୍କର ବେହେରା ପ୍ରମୁଖ ଅଭିଭାବକ ଓ ଏସଏମସି କମିଟି ସଦସ୍ୟ ଦାବି କରିଛନ୍ତି। ଅପରପକ୍ଷରେ ଏ ସଂକ୍ରାନ୍ତରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଭକ୍ତିଲତା ମହାରଣାଙ୍କୁ ପଚାରିବାରୁ ସେ କହିଲେ ଏହି ଅଭିଯୋଗ ସମ୍ପୂର୍ଣ୍ଣ କପୋଳକଳ୍ପିତ। ମଧ୍ୟାହ୍ନ ଭୋଜନ ଦାୟୀତ୍ୱ ନେବାକୁ କେନ୍ଦ୍ରକରି କେତେକ ନ୍ୟସ୍ତସ୍ୱାର୍ଥବ୍ୟକ୍ତିଙ୍କ ସ୍ୱାର୍ଥ ସାଧନ ନହେବାରୁ ସେମାନେ ମୋତେ ବଦନାମ କରିବାକୁ ଏଭଳି ମିଥ୍ୟା ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ