ରାଇରଙ୍ଗପୁରରେ ରଥଯାତ୍ରା ପାଳିତ
ରାଇରଙ୍ଗପୁର,(ୱାଇଏନଏସ): ରାଇରଙ୍ଗପୁରରେ ପ୍ରସିଦ୍ଧ ରଥଯାତ୍ରା ର ପ୍ରଥମ ଦିବସରେ ପୁରୁଷଙ୍କ ଦ୍ବାରା ରଥଟଣା ମଦ ମହାସମାରୋହରେ ଆଜି ଅନୁଷ୍ଠିତ ହୋଇଯାଇଛି ।ଆଜି ଜଗନ୍ନାଥ ମନ୍ଦିରରେ ସକାଳ ୬ଟାରୁ ମଙ୍ଗଳ ଆଳତୀ,,ମଇଲମ,ତଡପଲାଗି ନୀତି,ରୋଷ ହୋମ,ଅବକାଶ ହୋମ,ସୂର୍ଯ୍ୟପୂଜା,ଦ୍ଵାରପାଳ ପୂଜା, ଗୋପାଳ ବଲ୍ଲଭ,ସକାଳ ଧୂପ ( ଖେଚୁଡ଼ି ଭୋଗ) ମୁଖ୍ୟ ପୂଜକ ଦେବବ୍ରତ ରଥ ଏବଂ ତାଙ୍କ ସହଯୋଗୀଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା ପୂର୍ବାହ୍ନ ୯ ଘଟିକା ରେ ମହାପ୍ରଭୁମାନଙ୍କୁ ସେବାୟତ ଓ ଶ୍ରଦ୍ଧାଳୁମାନଙ୍କ ଦ୍ବାରା ଗୋଟି ପହଣ୍ଡିରେ ପ୍ରବଳ ବର୍ଷା ସତ୍ବେ ଭକ୍ତମାନଙ୍କ ହୁଳହୁଳି,ଘଣ୍ଟ,ଘଣ୍ଟା ବାଜା ଦ୍ଵାରା ରତ୍ନ ବେଦୀ ରୁ ବଡ଼ଦାଣ୍ଡରେ ଥିବା ନନ୍ଦିଘୋଷରେ ରଥାରୁଢ଼ କରାଯାଇଥିଲା ।ପହଣ୍ଡି ଶେଷ ପରେ ମଦନମୋହନ ବିଜେ, ଚିତାଲାଗି ଓ ବେଶ ଶେଷ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ଅପରାହ୍ନରେ ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକଙ୍କ ଦ୍ଵାରା ଛେରା ପହଁରା ପରେ ଚାରିଟା ଓ ଘୋଡ଼ା ସାରଥୀ ଲଗାଯାଇଥିଲା ।ସଂନ୍ଧ୍ୟା ୬.୧୫ ମିନିଟ୍ ପାଖାପାଖି ସମୟରେ ଡାହୁକ କୃଷ୍ନ ବିହାରୀ ମହାନ୍ତିଙ୍କ ନିର୍ଦ୍ଦେଶରେ ରଥଟଣା ହୋଇଥିଲା ।ରଥ ବଡଦାଣ୍ଡରୁ ନିଶାମଣି ଲଜ୍ ପର୍ଯ୍ୟନ୍ତ ଟଣା ହୋଇଥିଲା ।ଡାହୁକ କୁଞ୍ଜବିହାରୀ ମହାନ୍ତି ଏବଂ ତାଙ୍କ ପୁଅ ଅଭିଷେକ ମହାନ୍ତିଙ୍କ, ହୋ ଭକତେ ଆକର୍ଷଣିୟ ଠାଣି ଓ ଡାକରେଶ୍ରଦ୍ଧାଳୁମାନେ ବିମୋହିତ ହୋଇ ବର୍ଷାକୁ ଖାତିର ନକରି ରଥ ଟାଣିଥିଲେ । ସମଗ୍ର ଅଞ୍ଚଳ ରଥ, ପଥ, ଜଗନ୍ନାଥ ମଧ୍ୟ ହୋଇଯାଇଥିଲା । ରଥଟଣା ସମୟରେ ସାଂସଦ ନବ ଚରଣ ମାଝୀ, ଵିଧାୟକ ଜଲେନ ନାଏକ, ବରିଷ୍ଠ ବିଜେପି ନେତା ନଵୀନ ରାମ, ସାଂସଦ ପ୍ରତିନିଧି ମନୋଜ ଦାସ, ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର,ଏସପି ସୁରେଶ ଚନ୍ଦ୍ର ପାତ୍ର, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଜେନା,ଏସଡିପିଓ ବିରେନ୍ଦ୍ର ସେନାପତି, ବିଭିନ୍ନ ଥାନାର ଆଇଆଇସି ଓ କର୍ମଚାରୀ ବୃନ୍ଦଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ରଥଟଣା ଉପରେ ନଜର ରଖିଥିଲେ ।ଭାଷ୍ଯପମଣ୍ଡପ ଉପରୁ ଭାଷ୍ଯକାର ମାନେ ଜଗନ୍ନାଥଙ୍କ ଉପରେ ଵହୁ ବାଣୀ କହିଥିଲେ, ଶୁକ୍ରବାର ଦିନ ମହିଳାମାନେ ଅପରାହ୍ନରେ ରଥକୁ ଟାଣି ଟାଣି ନେଇ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ପହଞ୍ଚାଇବେ, ବ୍ଳକ ପଡ଼ିଆରେ ଦର୍ଶକ ତଥା ପହିଲାରୁ ବୁଢାବୁଢିଙ୍କ ମନୋରଞ୍ଜନ ପାଇଁ ଦୋଳି,ଘରର ଆବଶ୍ୟକୀୟ ସାମଗ୍ରୀ ଷ୍ଟଲ ପଡ଼ିଛି ତାହାର ଫାଇଦା ନେଉଛନ୍ତି।


