ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଆସିକା  (ୱାଇଏନ୍‍ଏସ୍‍) :ଆସିକା ବ୍ଳକ ଅନ୍ତର୍ଗତ ହରିଡାପଦର ଗ୍ରାମ ପଂଚାୟତର ମଣ୍ଟାପଡା ଗ୍ରାମରେ ଥିବା ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ଅଧ୍ୟୟନରତ ବିଦ୍ୟାର୍ଥୀମାନଙ୍କୁ ସୋମବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ଲକ୍ଷ୍ୟ କରାଯାଇଛି । ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଦେବାକୁ ଥିବା ବେଳେ ଏହି ଅବସରରେ ଶିକ୍ଷାନୁଷ୍ଠାନ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଣ୍ଟାପଡା ଗ୍ରାମ ସ୍ଥିତ ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତାରା ପ୍ରସାଦ ମିଶ୍ର, ସହକାରୀ ଶିକ୍ଷକ ବି.ଚନ୍ଦ୍ରଶେଖର ରେଡି, ଗୋବିନ୍ଦ ପରିଡା, ପାଣ୍ଡବେଶ୍ୱର ଜେନା, ଶଶୀଭୂଷଣ ସାହୁ, ପାଣ୍ଡବ ଗୌଡ, ମହେଶ୍ୱର ଆପଟ, କର୍ମଚାରୀ ମହନ୍ତର ସାହୁ, ବୁଲୁ ସେଠୀ, ଶନି ଜେନା ପ୍ରମୁଖ ଯୋଗଦେଇ ବିଦାୟୀ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରି ପରୀକ୍ଷାରେ ଭଲ ଫଳ ପ୍ରଦର୍ଶନ କରିବାକୁ ପରାମର୍ଶ ପ୍ରଦାନ କରି ଏହି ଶିକ୍ଷାନୁଷ୍ଠାନର ସୁନାମକୁ ଅକ୍ଷୁର୍ଣ୍ଣ ରଖିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ଦଶମ ଶ୍ରେଣୀର ବିଦ୍ୟାର୍ଥୀ ସୌମ୍ୟରଂଜନ ବିଶ୍ୱାଳ, ସୁମନ ସେଠୀ, ପ୍ରାଚୀ କୁମାରୀ ନାୟକ, ଅର୍ଚ୍ଚିତା ବିଶ୍ୱାଳ ପ୍ରମୁଖ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ମାର୍ଗଦର୍ଶନ ଓ ପ୍ରେରଣା ସାଙ୍ଗକୁ ଅଧ୍ୟୟନ କାଳର ସ୍ମୃତି ଓ ଅନୁଭୁତି ସଦାସର୍ବଦା ଅବିସ୍ମରଣୀୟ ହୋଇରହିବ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଅଧ୍ୟୟନରତ ଥିବା ବିଦ୍ୟାର୍ଥୀ ଅର୍ଚ୍ଚିତା କୁମାରୀ ପ୍ରଧାନ, ଆଦିତ୍ୟ ନାରାୟଣ ଜେନା, ଅନିମା ପ୍ରଧାନ, ଧ୍ରୁବ ଜେନା, ଜଗନ୍ନାଥ ପ୍ରସାଦ ବେହେରା, ପଙ୍କଜ କୁମାର ବାରିକ, ରାଜଲକ୍ଷ୍ମୀ ସେଠୀ, ସଚ୍ଚିନ୍‍ କୁମାର ବିଶ୍ୱାଳ, ଟିଲି ଗୌଡଙ୍କ ସମେତ ବହୁ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ