ପାରଳାରେ ଦୋଳ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ଠାରେ ପ୍ରଖ୍ୟାତ ଦୋଳ ଉତ୍ସବକୁ ପାଳନ ପାଇଁ ଦୋଳବନ୍ଧ କମିଟି ତରଫରୁ ପ୍ରସ୍ତୁତି ବୈଠକ ସମାପନ ହୋଇଯାଇଛି. ଦୋଳବନ୍ଧ ନିକଟରେ ଥିବା ହନୁମାନ – ସାଇ ମନ୍ଦିର ପରିସରରେ ଏହି ପ୍ରସ୍ତୁତି ବୈଠକ ଦୋଳବନ୍ଧ କମିଟିର ସଭାପତି ବିନୋଦ ଚନ୍ଦ୍ର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା. ଚଳିତ ମାସ 27 ତାରିଖ ଠାରୁ ମାର୍ଚ୍ଚ 4 ତାରିଖ ପର୍ଯନ୍ତ 6 ଦିନ ବ୍ୟାପୀ ପ୍ରତେକ ବର୍ଷ ଭଳି ମହାଆଡମ୍ବରରେ ଚଳିତ ବର୍ଷ ମଧ୍ୟ ଦୋଳ ଉତ୍ସବ ପାଳନ କରିବା ପାଇଁ ସ୍ଥିର କରାଯାଇଛି. ଏହି ବୈଠକରେ କମିଟିର କର୍ମକର୍ତ୍ତା ରାଜେନ୍ଦ୍ର ବେହେରା, ମଙ୍ଗଳା ପଟ୍ଟନାୟକ, ଦେବେନ୍ଦ୍ର ମିଶ୍ର, ଗଣେଶ ପଟ୍ଟନାୟକ, ମନୋଜ ପଟ୍ଟନାୟକ, ମନୋଜ କୁମାର ଦାସ, ଲୋକନାଥ ମିଶ୍ର, ନରସିଂହ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।


