ବୁଣାକାରଙ୍କ ପାଇଁ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ

କଟକ (ଓ୍ବାଇଏନଏସ): ମାଣିଆବନ୍ଧ ବୁଦ୍ଧବିହାରଠାରେ ବୁଣାକାରଙ୍କ ପାଇଁ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି । ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଏହି ଶିବିରର ଉଦ୍ଘାଟନ କରି କହିଥିଲେ; ବସ୍ତ୍ରର ଉତ୍କୃଷ୍ଟତା ବୁଣାକାରଙ୍କ ଉତ୍ତମ ଦୃଷ୍ଟିଶକ୍ତି ଉପରେ ଅନେକ କ୍ଷେତ୍ରରେ ନିର୍ଭରଶୀଳ । ସୁସ୍ଥ ଦୃଷ୍ଟି, ସଶକ୍ତ ବୁଣାକାର । ତେଣୁ ବୁଣାକାରମାନଙ୍କୁ ସେମାନଙ୍କ ଚକ୍ଷୁର ସ୍ଵାସ୍ଥ୍ୟ ବିଷୟରେ ସଚେତନ କରାଇବା ପାଇଁ ଏହା ଲୋକଙ୍କ ସରକାରଙ୍କର ଗୋଟିଏ ଛୋଟ ପ୍ରୟାସ । ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ଶିବିରରେ ୫୦୦ରୁ ଅଧିକ ବୁଣାକାର ସାମିଲ ହୋଇ ସେମାନଙ୍କ ଚକ୍ଷୁ ପରୀକ୍ଷା କରାଇଥିଲେ ଏବଂ ଆବଶ୍ୟକୀୟ ବୁଣାକାରଙ୍କୁ ଚଷମା ବଣ୍ଟନ କରାଯାଇଥିଲା । ଏହି ଅବସରରେ ଡାକ୍ତରମାନେ ଚକ୍ଷୁର ଯତ୍ନ ନେବା ପାଇଁ ବୁଣାକାରମାନଙ୍କୁ ସଚେତନ କରାଇଥିଲେ ।  ଏହି କାର୍ଯ୍ୟକ୍ରମରେ ବଡ଼ମ୍ବା-ନରସିଂହପୁର ବିଧାୟକ ବିଜୟ ଦଳବେହେରା, ବୟନଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧରୀ, ହସ୍ତଶିଳ୍ପ ନିର୍ଦ୍ଦେଶକ ନିବେଦିତା ପୃଷ୍ଟି, ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା, ସମାଜସେବୀ ସୁକାନ୍ତ କୁମାର ବିଶ୍ଵାଳ, ସାଇଟସେଭରସ୍ ଇଣ୍ଡିଆର ରାଜ୍ୟ ମୁଖ୍ୟ ସୁଦତ୍ତା ଖୁଣ୍ଟିଆ, କଳିଙ୍ଗ ହସପିଟାଲ୍ ର ଅଧ୍ୟକ୍ଷ ସାରଙ୍ଗଧର ସାମଲ, ରୋଟାରୀ ହସପିଟାଲର ଶୁଭେନ୍ଦୁ ପରିଡ଼ା, ୟୁଏନଡିପିର ଆଭା ମିଶ୍ର, ବୁଣାକାର ଓ କାରିଗର ପ୍ରମୁଖ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ