ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ବସନ୍ତିଆ ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାସୁଦେବ ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଟିଲୋ ପଞ୍ଚାୟତର ପିଇଓ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନିଳୋକ ପଞ୍ଚାୟତ ପିଇଓ ରାଜେନ୍ଦ୍ର କୁମାର ଦାଶ, ପଧାନପଡା ପିଇଓ ଦେବବ୍ରତ ସାମଲ, ପୁରୁଷଣ୍ଢ ପିଇଓ ବୀର କିଶୋର ସାହୁ, ବଡବର୍ଚ୍ଚିକୟାଁ ପିଇଓ ସଙ୍ଗୀତାରାଣୀ ପାଣିଗ୍ରାହୀ, ଛୟାଳସିଂହ ପିଇଓ ପୂର୍ଣ୍ଣ ଚନ୍ଦ୍ର ସାହୁ, ସେଣ୍ଢତୀରା ପିଇଓ ବିକାଶ କୁମାର ରାଉତ, କେନ୍ଦୁଆପଦା ପିଇଓ ପ୍ରଦୀପ ବିଶ୍ୱାଳ, ଓଡଙ୍ଗ ପିଇଓ ଜୟ ପ୍ରକାଶ ମହାପାତ୍ର, ଗୋପିନାଥପୁର ପିଇଓ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା ପ୍ରମୁଖ ଯୋଗ ଦେଇ ଶ୍ରୀ ବେହେରାଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ପିଇଓଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶ ଥାଉକି, ଶ୍ରୀ ବେହେରା ଜାନୁଆରୀ ୩୧ରେ ନିଜ ଚାକିରୀ ଜୀବନରୁ ଅବସର ନେଇଥିଲେ ।


