ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମର ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଗୌଡ଼ିଆ ବୋରଦା ଗ୍ରାମ ନିକଟସ୍ଥ ଏକ ଆମ୍ବ ତୋଟାରୁ ଗଛରେ ଝୁଲନ୍ତା ଗଳିତ ମୃତଦେହ ବୁଗଡା ପୋଲିସ ଉଦ୍ଧାର କରିଥିବା ଜଣାପଡିଛି। ମୃତ ଯୁବକ ଜଣକ ବେଲଗୁଣ୍ଠା ଥାନା ଇନ୍ଦ୍ରଗଡ ଗ୍ରାମର ଶ୍ରୀକାନ୍ତ କୁମାର ସ୍ବାଇଁ(୨୮) ହୋଇଥିବା ଜଣାପଡିଥିବା ବେଳେ ସେ ଗୌଡିଆ ବୋରଦା ଗ୍ରାମରେ ମାମୁଁ ଘରେ ରହୁଥିଲେ। ବହୁ ଦିନ ହେଲା ଶ୍ରୀକାନ୍ତ କିଡ଼ିନି ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ପାଉଥିଲେ। ଏହି ରୋଗ ପାଇଁ ସେ ମାନସିକ ଚିନ୍ତାରେ ରହୁଥିବା ବେଳେ ଗତ ଜାନୁଆରୀ ମାସ ୧୬ ତାରିଖରୁ ନିଖୋଜ ଥିଲେ । ଆଜି ସକାଳୁ ଗ୍ରାମର କିଛି ଲୋକ ଆମ୍ବ ତୋଟାକୁ ଯାଇଥିବା ସମୟରେ ଦୁର୍ଗନ୍ଧ ଆସିବାରୁ ଖୋଜାଖୋଜି ପରେ ଗଛରେ ମୃତଦେହ ଝୁଲୁଥିବା ଦେଖି ବୁଗୁଡା ପୋଲିସକୁ ଖବର ଦେଇଥିଲେ l ବୁଗୁଡା ପୋଲିସ ଆଇଆଇସି ସିତାଂଶୁ ଶେଖର ମାନ୍ଧାତାଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ବିନାୟକ ବିଦାର ଘଟଣା ସ୍ଥଳକୁ ଯାଇ ଗଳିତ ଶବ ଜବତ କରିବା ସହ ଚିହ୍ନଟ କରି ଅନୁସନ୍ଧାନ ଜାରି ରଖିଛନ୍ତି। ରୋଗ ଗ୍ରସ୍ତ ଜୀବନ ପାଇଁ ଆତ୍ମହତ୍ୟା କରିଥାଇ ପାରେ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି। ଏନେଇ ବୁଗୁଡା ଥାନା ଅପମୃତ ମାମଲା ନଂ ୦୬/୨୬ ପ୍ରକାରେ କେଶ ପଞ୍ଜିକୃତ ହୋଇ ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଆଇଆଇସି ଶ୍ରୀ ମାନ୍ଧାତା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ