ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ଜାଗର ଯାତ୍ରା ପ୍ରସ୍ତୁତି

ଆସିକା  (ୱାଇଏନ୍‍ଏସ୍‍) :ଆସନ୍ତା ୧୫ ତାରିଖରେ ଅନୁଷ୍ଟିତ ହେବାକୁ ଥିବା ମହାଶିବରାତ୍ରୀ ପର୍ବ ପାଳନ ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶୈବପୀଠ ଗୁଡିକ ବର୍ତ୍ତମାନ ଠାରୁ ଚଳଚଞ୍ଚଳ ହୋଇଉଠିଥିବା ଦେଖିବାକୁ ମିଳିଛି। ଆସିକା ଏନଏସି ଅଧିନସ୍ଥ ତାଲୁକା ଛକ ନିକଟରେ ସବ୍‌-ଜେଲ୍ ସମ୍ମୁଖରେ ୧୭ ନମ୍ବର ୱାର୍ଡର ଲାଲାଶାସନ ଗ୍ରାମ ନିକଟରେ କେଉଁ ଆବହମାନ କାଳରୁ ପୂଜା ପାଇ ଆସୁଥିବା ଆସିକା ଅଞ୍ଚଳର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ବାଲୁଙ୍କେଶ୍ୱରଙ୍କ ମନ୍ଦିରରେ ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଜାଗର ଯାତ୍ରାକୁ ବିଧିବିଧାନ ଅନୁଯାୟୀ ମହାଆଡମ୍ବର ସହକାରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ଲାଗି ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି। ଆସିକା ଏନଏସି ଅଧିନସ୍ଥ ଲାଲାଶାସନ ଗ୍ରାମର ଗ୍ରାମ୍ୟ କମିଟି ସଭାପତି ତଥା ବରିଷ୍ଠ ଆଧ୍ୟାତ୍ମିକପ୍ରେମୀ ପ୍ରସନ୍ନ କୁମାର ତ୍ରିପାଠୀ, ଉପସଭାପତି ପ୍ରଦୀପ କୁମାର ଶତପଥୀ, ସଂପାଦକ ଉପେନ୍ଦ୍ରନାଥ ମିଶ୍ର, କୋଷାଧ୍ୟକ୍ଷ ସଚ୍ଚିନ୍ଦ୍ର କୁମାର ହୋତା, ଆଧ୍ୟାତ୍ମିକପ୍ରେମୀ ଅନନ୍ତ ଶତପଥୀ, ହେମନ୍ତ କୁମାର ଦାଶ, ରବିଲୋଚନ ଦାଶ, ବିଶିକେଶନ ଶତପଥୀ, ଶିବପ୍ରସାଦ ଶତପଥୀ, ସୀତାରାମ ହୋତା, ଅଶୋକ କୁମାର ଦାଶ, ଦିଲୀପ କର, ଚକ୍ରଧର ମିଶ୍ର, ଫକୀର ମୋହନ ଦାଶ, ପଦ୍ମଲୋଚନ ଶତପଥୀ, ଉମା ମହେଶ୍ୱର ଦାଶ, ନିର୍ମଳ ଦାଶ, ସୁରଜ କୁମାର ଦାଶ, ଦେବୀ ପ୍ରସାଦ ଶତପଥୀ, କମଳଲୋଚନ ମିଶ୍ର, ବାଳକୃଷ୍ଣ ଦାଶ,ସୀତାରାମ ଦାଶ, ଗଙ୍ଗାଧର ଶତପଥୀ, ମଧୂସୂଦନ ଶତପଥୀ, ରାକେଶ୍‍ ତ୍ରିପାଠୀ, ରାମଚନ୍ଦ୍ର ଶତପଥୀ, ସନ୍ତୋଷ ତ୍ରିପାଠୀ, ବୁଲୁ ମିଶ୍ରଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ, ଗ୍ରାମବାସୀ, ଯୁବପିଢୀ ଏକମନ ଏକପ୍ରାଣରେ ଶ୍ରୀଶ୍ରୀ ବାଲୁଙ୍କେଶ୍ୱରଙ୍କ ଆଗାମୀ ଜାଗର ଯାତ୍ରାକୁ ରିତୀନିତୀ ଅନୁଯାଇ ସମ୍ପନ୍ନ କରିବା ଲାଗି ଲାଗିପଡିଥିବା ଦେଖିବାକୁ ମିଳିଛି। ଆସନ୍ତା ୧୫ ତାରିଖରେ ହେବାକୁ ଥିବା ମହାଶିବରାତ୍ରୀ ଅବସରରେ ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ମହାପ୍ରଭୁଙ୍କ ଶୈବପୀଠରେ ଭୋର ୩ଘଟିକାରୁ ପହଡ ଖୋଲିବା ପରେ ଠାକୁରଙ୍କ ଅବକାଶ ଓ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ପରେ ଶ୍ରଦ୍ଧାଳୁଭକ୍ତ ମାନେ ପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ଜଣାପଡିଛି। ଐତିହ୍ୟ, ସଂସ୍କୃତି ସଂପନ୍ନ ଓ ଭାଇଚାରାର ଗ୍ରାମ ରୂପେ ପରିଚିତ ଥିବା ଆସିକା ଏନ୍‍ଏସି ଅଧୀନସ୍ଥ ଲାଲାଶାସନ ଗ୍ରାମ ନିକଟରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରେ ପବିତ୍ର ମହାଶିବରାତ୍ରୀ ଅବସରରେ ଏକ ହଜାର ଆଠ ଦୀପ ଯଜ୍ଞ ସାଙ୍ଗକୁ ଅଷ୍ଟପ୍ରହର ନାମଯଜ୍ଞ, ହୋମଯଜ୍ଞ, ଅନ୍ନଯଜ୍ଞ ଓ ଘୃତଯଜ୍ଞ କାର୍ଯ୍ୟକ୍ରମକୁ ବିଧିବିଧାନ ଅନୁଯାୟୀ ମହାଆଡମ୍ବରରେ ପାଳନ କରିବା ଲାଗି ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ