ଅହିଂସା ମାଧ୍ୟମରେ ବିରୋଧ ପ୍ରଦର୍ଶନ କରୁ ଛାତ୍ର ସମାଜ – ଧର୍ମେନ୍ଦ୍ର ପ୍ରଧାନ
ପୁନେ,ଭୁବନେଶ୍ୱର : ଆଗାମୀ ଦିନର ଯାତ୍ରାରେ ଏବିଭିପି ଅଗ୍ରଦୂତ ସାଜିବ ବୋଲି ଶନିବାର ପୁନେ ଠାରେ ଅନୁଷ୍ଠିତ ମହାରାଷ୍ଟ୍ର ଏବିଭିପିର ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ନିଜରର ହକ୍ ପାଇଁ ଅହିଂସାରେ ବିଶ୍ୱାସ ରଖି ଛାତ୍ର ସମାଜ ବିରୋଧ ପ୍ରଦର୍ଶନ କରୁ ବୋଲି ଆହ୍ୱାନ କରିଛନ୍ତି । ପୁନେ ଭଳି ସହରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଅଧିବେଶନ ଆୟୋଜିତ କରାଯାଇଥିବାରୁ ଆୟୋଜକଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି ଯେ ନିଜ ଉପରେ ଭରସା କରୁଥିବା ବ୍ୟକ୍ତି ହିଁ ଆଗକୁ ବଢିପାରେ ଏବଂ ସେହି ଭାରସା ଦେବାର କାମ ଏବିଭିପି କରୁଛି । ଯୁବ ବର୍ଗଙ୍କୁ ନେଇ ଦେଶ ଶକ୍ତିର କଳ୍ପନା ରଖୁଥିବା ସଂଗଠନର ନା ହେଲା ଏବିଭିପି । ନୌଯବାନର ସମୂହ ହେଲା ଏବିଭିପି ବୋଲି ସେ କହିଛନ୍ତି । ଆଜିର ସମ୍ମିଳନୀରେ ଗୁଣାତ୍ମକ ଶିକ୍ଷା ଓ ଯୁବକଙ୍କୁ ଉଦ୍ୟୋଗୀ କରିବା ପ୍ରସଙ୍ଗ ରହିଥିବା ବେଳେ ଯୁବକଙ୍କୁ ଭଲ ପ୍ରଶିକ୍ଷଣ ଦେଇ ନିଯୁକ୍ତି ଦେବା ଉପରେ ଆଲୋକପାତ କରିଥିଲେ । ସେ କହିଛନ୍ତି ଯେ ଦେଶର ସମସ୍ୟାକୁ ସାମ୍ନା କରିବାର କ୍ଷମତା ଏବିଭିପି ପାଖରେ ଅଛି । ନିଯୁକ୍ତି କେବଳ ସରକାରଙ୍କର ଦାୟିତ୍ୱ ନୁହେଁ ସାମାଜର ମଧ୍ୟ ଦାୟିତ୍ୱ ଅଛି । ଏହା ଉପରେ ଏବିଭିପି ମଧ୍ୟ ଦାୟିତ୍ୱ ନେଉ । ଏହାବ୍ୟତିତ କହିଥିଲେ ଯେ ଏବିଭିପି ଦେଶ ପାଇଁ ତଥା ବସୁଦୈବ କୁଟୁମ୍ବ କମ୍ କାମ କରୁଛି । ଏବିଭିପିର ବିଚାରଧାରା ପାଇଁ ଅନେକ କାର୍ୟ୍ୟକର୍ତା ଭଲ ଭଲ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛନ୍ତି । ଏବିଭିପିର ବିଚାରଧାରା ଆଗକୁ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଜଣେ ଏବିଭିପିର କାର୍ଯ୍ୟକର୍ତା ହିସାବରେ ସଂଗଠନର ବିଚାରଧାରା କାରଣରୁ ସେ ଭାରତ ସରକାରଙ୍କ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସଂପ୍ରତି ଭାରତ ଆନ୍ତର୍ଜାତିକ ସ୍ତରରେ ନାଁ କରିପାରିଛି । ଭାରତ ଏବେ ବିଶ୍ୱ ପାଖକୁ ନୁହେଁ ଭାରତ ପାଖକୁ ତେଲ ବିକିବାକୁ ଦୁନିଆ ଆସୁଛି ବୋଲି ସେ ସମ୍ମିଳନୀର ପ୍ରକାଶ କରିଛନ୍ତି ।