ଅଟଳ ବିହାରୀ ବାଜପାୟୀ ମେମୋରିଅଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ
ଆରଡି, ( ଆଲୋକ ଚନ୍ଦ୍ର ନାୟକ) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଓଳଗ ପଞ୍ଚାୟତ ସ୍ଥିତ ବୋଡକ ଖେଳ ପଡିଆରେ ଶନିବାର ଅଟଳ ବିହାରୀ ବାଜପାୟୀ ମେମୋରିଆଲ୍ କ୍ରିକେଟ ଟୁର୍ନାମେଣ୍ଟର ଉଦ୍ଘାଟନ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଯୁବ ଖେଳାଳୀ ସନ୍ଦୀପ କୁମାର ନାୟକଙ୍କ ପ୍ରଚେଷ୍ଠାରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟରେ ଭଦ୍ରକ ଜିଲା ବିଜେପି ସଭାପତି ଭଗବାନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ବିଜେପି ଜିଲା ଉପସଭାପତି କିଶୋର ନାୟକ, ଧୂଷୁରୀ ଥାନା ସବ ଇନିସପେକ୍ଟର ବାସୁଦେବ ଓରାମ, ସବ୍ ଇନିସ ପେକ୍ଟର ଧୀରେନ ନାୟକ, ଚାନ୍ଦବାଲି ବାର ଆସୋସିଏସନ୍ ସଭାପତି ଆଡଭୋକେଟ ଉପେନ୍ଦ୍ର ରାଉଳ, ବିଜେପିର ବରିଷ୍ଠ ନେତା ମିହିର ନାୟକ, ପୂର୍ବତନ ସମିତି ସଭ୍ୟ ସୁଦେଶ ପଣ୍ଡା, ବିଜେପି ଶକ୍ତି ପ୍ରମୁଖ ସଦାନନ୍ଦ ମଳିକ, ସମାଜ ସେବୀ ସୁବାସ ସାହୁ, ଉମେଶ ସାହୁ, ଆରଡି ସେବା ସମବାୟ ସମିତି ସଭାପତି ଲଲାଟ କିଶୋର ପାଢୀ, ଧୂଷୁରୀ ପ୍ରେସ ୟୁନିୟନ ସଭାପତି ସନ୍ତୋଷ ଦାସ, ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ, କୋଷାଧ୍ଯକ୍ଷ ରତିକାନ୍ତ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଭଦ୍ରକର ସୂର୍ଯ୍ୟଶିଖା କ୍ରିକେଟ ଟିମ ଓ ସାଳନ୍ଦୀ କ୍ରିକେଟ ଟିମ ମଧ୍ଯରେ ଉଦ୍ଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସୂର୍ଯ୍ୟଶିଖା ଟିମ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ ବିନିମୟରେ ୧୯୨ ରନ ସଂଗ୍ରହ କରିଥିଲା । ସାଳନ୍ଦୀ ଟିମ ଏହି ୯ ୱିକେଟ ବିନିମୟରେ ୧୯୬ ରନ ସଂଗ୍ରହ କରି ବିଜୟ ହାସଲ କରିଥିଲା । ବିଜୟୀ ଟିମର ରଶ୍ମୀ ରଞ୍ଜନ ମହାକୁଡ ମ୍ୟାନ ଅଫ ଦି ମ୍ୟାଚ ରୂପେ ବିବେଚିତ ହୋଇଥିଲେ । ବିଜ୍ଞାନ ଦାସ ଓ ପ୍ରଭାତ ବେହେରା ମ୍ୟାଚ ପରିଚାଳନା କରିଥିଲେ । ଶୈଳେନ୍ଦ୍ର ନାରାୟଣ ନାୟକ ସ୍କୋରର ଦାୟିତ୍ବରେ ଥିଲେ । ସୁରେଶ ମହାଳିକ, ବୀର କିଶୋର ଜେନା, ସୁରଜ ପୁହାଣ, ସଞ୍ଜିତ ନାୟକ, ପଦ୍ମଲୋଚନ ବାରିକ, ସୌରଭ ବାରିକ, ମହାବାହୁ ସାହୁ ପ୍ରମୁଖ ଟୁର୍ନାମେଣ୍ଟରେ ସହଯୋଗ କରିଥିଲେ ।


