ଧର୍ମପରାୟଣା ମହିଳାଙ୍କ ପରଲୋକ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବଡ଼ରମ୍ପାସ ଗ୍ରାମର ସମାଜସେବୀ  ସତ୍ୟ ଭୂଷଣ ସାହୁଙ୍କ ମା ଚନ୍ଦ୍ରକାନ୍ତି ସାହୁ (୬୭)ଙ୍କର ପରଲୋକ ଘଟିଛି । ଶନିବାର ରାତିରେ ସେ ଘରେ ବସିଥିବା ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ସେ ଜଣେ ଧର୍ମପରାୟଣା, ମିଷ୍ଠଭାଷୀ,  ପରୋପକାରୀ, ବନ୍ଧୁ ବତ୍ସଳା ମହିଳା ଭାବେ ପରିଚିତ ଥିଲେ।  ତାଙ୍କ ମୃତ୍ୟୁରେ ସମଗ୍ର ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପରଲୋକ ଖବର ପାଇ  ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ , ବଡ଼ରମ୍ପାସ ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର ଜେନା , ବଡ଼ରମ୍ପାସ ପଞ୍ଚାୟତର ସମିତି ସଭ୍ୟ ବାମନ ସେଠୀ ,  ସମବାୟ ସମିତିର ସଭାପତି ନିରଞ୍ଜନ ସାହୁ, ଭଗବାନ ନାୟକ, ଶୁଶାନ୍ତ ସେନାପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଆଜି ତାଙ୍କ ମର ଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସାନ ପୁଅ ଦିଲ୍ଲୀପ ସାହୁ ମୁଖାଗ୍ନି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ