ମୁନିଗୁଡାର ପିଏମଶ୍ରୀ ସରକାରୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁନିଗୁଡା (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡାର ପିଏମଶ୍ରୀ ସରକାରୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି,ବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ମାଝୀଙ୍କ ସଭାପତିତ୍ୱ ଓ ବରିଷ୍ଠ ଶିକ୍ଷୟତ୍ରୀ ଏମ.ସାଇଲଷ୍ମୀଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ଲକ ଶିକ୍ଷା ଅଧିକାରୀ ଗଣେଶ ଶବର, ମୁଖ୍ୟବକ୍ତା ଭାବେ ପୂର୍ବତନ ସ୍ୱତନ୍ତ୍ର ବିକାଶ ପରିଷଦ ଅଧକ୍ଷ ଜଗନ୍ନାଥ ନୁନ୍ଦ୍ରୁକା,ସମ୍ମାନିତ ଅତିଥିଭାବେ ବିଜେଡି ବ୍ଲକ ସଭାପତି ରତନ ଲାଲ ଜୈନ,କଂଗ୍ରେସ ବ୍ଲକ ସଭାପତି ନିଳାମ୍ବର ବିଭାର,ପଞ୍ଚସଖା ଶିକ୍ଷା ସେତୁ ସଭାପତି ପ୍ରଣବ କୁମାର ନିଶଙ୍କ ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିବା ସହ ଉତ୍ସବକୁ ଉଦଘାଟନ କରିଥିଲେ, ପରେ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ତମ ବ୍ୟବହାର ରଖିବାକୁ କହିବା ସହ ଛାତ୍ରଛାତ୍ରୀ ମାନଙ୍କ ଉପରେ ଅଧିକ ଚାପ ନପକାଇବା ନେଇ ପରାମର୍ଶ ଦେଇଥିଲେ ଏବଂ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ,ପରେ ବିଦ୍ୟାଳୟର ଅଧକ୍ଷ ଦୁଷ୍ମନ୍ତ କୁମାର ମାଝୀ ବାର୍ଷିକ ବିବରଣୀ ପଠନ କରିବା ସହ ସ୍କୁଲର ଉର୍ନତି ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ବାର୍ଷିକ ଉତ୍ସବ ନିମନ୍ତେ ସ୍କୁଲରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡା ଓ ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ l ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଯାହାକି ଉପସ୍ଥିତ ଅତିଥି,ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ମନମୁଗ୍ଧ କରିଥିଲେ,ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁନିତା ପାଣି, ବିଜ୍ଞାନୀ ଗୌଡ଼,ଵାଣିଶ୍ରୀ ପଣ୍ଡା,ଜ୍ୟୋତି ନାଗ,ରଶ୍ମିରାଣୀ ସେଠୀ,ଅଦିତି ଚୌଧୁରୀ, ଏଲ.ଗୀତା,ଅନିତା ସ୍ୱାଇଁ,ମାଧୁରୀ ତ୍ରିପାଠୀ,ରଶ୍ମି ମହାପାତ୍ର, ଶିକ୍ଷକ ସୋମନ ଶବର, ଟଙ୍କଧର ମାଝୀ,ଅନିଲ ମଲିକ,ସାର୍ଥକ ଚୌଧୁରୀ, ଦୀପ୍ତିମାନ କାଡ୍ରାକା,ଦୟାନିଧି ଶବର, କର୍ମଚାରୀ ଚନ୍ଦନ ମାଣ୍ଡାଙ୍ଗୀ,ବନ୍ଦନା ବଳିୟାରସିଂ,ଦିଗାମ୍ବର ବେହେରା ପ୍ରମୁଖଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ସୋମନ ଶବର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ