ହାଟଡିହି ଠାରେ ପଞ୍ଚଘଟ ଆୟୋଜକ ସମିତି ପକ୍ଷରୁ ବିଶାଳ ହିନ୍ଧୁ ସମ୍ମିଳନୀ
ହାଟଡିହି (ଓ୍ବାଇଏନଏସ) କେନ୍ଦୁଝର ଜିଲ୍ଲା ହାଟଡିହି ଠାରେ ପଞ୍ଚଘଟ ଆୟୋଜକ ସମିତି ପକ୍ଷରୁ ବିଶାଳ ହିନ୍ଧୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ହିନ୍ଦୁ ଜାଗରଣ ସଭାରେ ଭୁବନେଶ୍ୱର ରାମକୃଷ୍ଣ ସେବାଶ୍ରମ ଅଧ୍ୟକ୍ଷ ସ୍ୱାମୀ ଆଶ୍ରୟାନନ୍ଦ ସରସ୍ବତୀ, କେନ୍ଦୁଝର ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ମାର୍ଗଦର୍ଶନ କମଳାକାନ୍ତ ସୁର, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ ସାହୁ ପ୍ରମୁଖ ଯୋଗ ଦେଇ ହିନ୍ଦୁ ଧର୍ମର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ଗ୍ରାମର ଶତାଧିକା ମହିଳା ଓ ପୁରୁଷ ବେଵର୍ତା ପୋଖରୀରୁ ଘଟ ନିମଜ୍ଜନ କରି କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ପଞ୍ଚଘଟ ମନ୍ଦିର ସମ୍ମୁଖରେ କଳସ ଗୁଡିକୁ ସ୍ଥାପନ କରାଯାଇ ହୋମଯଜ୍ଞ କରାଯାଇଥିଲା। ସୁରେଶ ମହାନ୍ତି ଓ ସଂଯୁକ୍ତା ପୁହାଣ କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଅବସରରେ ସ୍ୱାମୀ ଆଶ୍ରୟାନନ୍ଦ ସରସ୍ବତୀଙ୍କ ଦ୍ୱାରା ଗୋମାତା ପୂଜନ କରାଯାଇଥିଲା l ଆଲୋକ ସେଠୀ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଯୁଧିଷ୍ଠିର ମଲ୍ଲିକ, ସୁଶାନ୍ତ ଜେନା, ବସନ୍ତ ନାୟକ, ନିକୁଞ୍ଜ ଓଝା, ସୁଧାଂଶୁ ବିଶ୍ୱାଳ, ବାବୁଲା କାଣ୍ଡି, ସୁରେଶ ମହାନ୍ତି, ଜଗନ୍ନାଥ ବାରିକ, ଦିପକ ଜେନାଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗଦେଇଥିବା ବେଳେ ଭାବଗ୍ରାହୀ ସାହୁ, ସୌମ୍ୟ ବେହେରା, ଶୁଭମ ନାୟକ, ରାଜେନ୍ଦ୍ର ମଣ୍ଡଳ, ଦିବ୍ୟଜ୍ୟୋତି ସାହୁ, ଭକ୍ତବନ୍ଧୁ ସାହୁ, ସିପୁନୁ ପୃଷ୍ଟି, ମମତା ପଣ୍ଡା, ମନୋରଞ୍ଜନ ମହାନ୍ତି, ପ୍ରଦୀପ ନାୟକ, ରୁଦ୍ର ପ୍ରସାଦ ଜେନା, ବେଣୁଧର ଜେନା, ସୁରେନ୍ଦ୍ର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


