ଓଡିଶା ଗୌରବ ସମ୍ମାନ ପାଇଲେ ଯୁବନେତା ଇଂ.ସୁଧାଂଶୁ ଶେଖର ନାୟକ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ତେଲିସାହି ଗ୍ରାମର ଯୁବ ପ୍ରତିଭା ତଥା ଭଦ୍ରକ ଜିଲା କଂଗ୍ରେସର ପ୍ରତିଭାବାନ ଯୁବନେତା ଇଂ.ସୁଧାଂଶୁ ଶେଖର ନାୟକଙ୍କୁ ଓଡିଶା ଗୌରବ ସମ୍ମାନ-୨୦୨୬ରେ ସମ୍ମାନୀତ କରାଯାଇଛି । ଟିଆରଓ ୨୪ ନିଉଜ୍ ପକ୍ଷରୁ ଭୁବନେଶ୍ୱର ପ୍ରେସ୍ କ୍ଲବ ଠାରେ ଆୟୋଜିତ ୬ଷ୍ଠ ବାର୍ଷିକ ଉତ୍ସବରେ ବ୍ରହ୍ମପୁର କୋର୍ଟର ଅବସରପ୍ରାପ୍ତ ବିଚାରପତି ବିଜୟ କୁମାର ପାଣିଗ୍ରାହୀ, ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମେତ ବହୁ ବିଶିଷ୍ଟ ଅତିଥି ମାନେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ନାୟକଙ୍କୁ କର୍ତ୍ତବ୍ୟନିଷ୍ଠା ଏବଂ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ