କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାରଙ୍କ ମୃତ୍ୟୁକୁ ନେଇ ନୂଆ ମୋଡ଼: ଘରୋଇ ହସ୍ପିଟାଲ୍‌ର ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ମୃତ୍ୟ ଘଟିଥିବା ପତ୍ନୀଙ୍କ ଅଭିଯୋଗ

କଟକ, (ଓ୍ବାଇଏନଏସ): କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାରଙ୍କ ମୃତ୍ୟୁକୁ ନେଇ ଯାହା ପ୍ରଚାର କରାଯାଇଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢ଼ା । ଅଭିଜିତ୍‌ଙ୍କର ଲିଭର୍ ସିରୋସିସ୍ ରୋଗରେ ମୃତ୍ୟୁ ଘଟି ନାହିଁ ବୋଲି ପତ୍ନୀ ରଞ୍ଜିତା ମଜୁମଦାର କହିଛନ୍ତି । ରଞ୍ଜିତାଙ୍କ ସହ ଅନ୍ୟ କଳାକାର ମଧ୍ୟ ଏଥିରେ ସ୍ୱର ମିଳାଇଛନ୍ତି । ମୃତ୍ୟୁ ପାଇଁ ସହରର ଏକ ଘରୋଇ ହସ୍ପିଟାଲ୍କୁ ରଞ୍ଜିତା ଦାୟୀ କରିଛନ୍ତି । ତ୍ରୁଟିପୂର୍ଣ୍ଣ ଚିକିତ୍ସା ତଥା ଆବଶ୍ୟକଠୁ ଅଧିକ ପରିମାଣର ସୋଡିୟମ୍ ଓ ପୋଟାସିୟମ୍ ମେଡିସିନ୍ ଡୋଜ୍ ଦିଆଯିବାରୁ ଅଭିଜିତ୍‌ଙ୍କୁ ଶାରୀରିକ ସମସ୍ୟା ହଠାତ୍ ବଢ଼ିଯାଇଥିଲା । ଫଳରେ ସେ କୋମାକୁ ଚାଲିଯାଇଥିଲେ । ଯେଉଁଥିପାଇଁ ଗତ ସେପ୍ଟେମ୍ବର ୪ରୁ ଦୀର୍ଘ ୫ ମାସ କାଳ ଏମ୍ସ ହସ୍ପିଟାଲ୍‌ରେ ରହିବା ପରେ ଜାନୁଆରୀ ୨୫ରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି । ଏହି ଅଭିଯୋଗ ପରେ ଅଭିଜିତ୍‌ଙ୍କ ମୃତ୍ୟୁର କାରଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହି ଅଭିଯୋଗକୁ ଘରୋଇ ହସ୍ପିଟାଲ୍ କର୍ତ୍ତୃପକ୍ଷ ଖଣ୍ଡନ କରୁଥିଲେ ହେଁ ଅଭିଜିତ୍ଙ୍କ ମୃତ୍ୟୁର ଦିନ ଯେତେ ବିତୁଛି ଉକ୍ତ ଘଟଣାକୁ ନେଇ ଚର୍ଚ୍ଚା ବଢ଼ୁଛି । ପତ୍ନୀଙ୍କ କହିବା କଥା, ମୋ ସ୍ୱାମୀଙ୍କର ଲିଭର୍ ଠିକ୍ ଥିଲା । କିଡ୍ନୀ ଓ ହାର୍ଟ ମଧ୍ୟ ଠିକ୍ ଥିଲା । ଏମ୍ସରେ ସେ ଦୀର୍ଘ ୫ ମାସ କାଳ ଚିକିତ୍ସା ହେବା ସମୟରେ ଘରୋଇ ହସ୍ପିଟାଲ୍ରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ହୋଇଥିବା ସମ୍ପର୍କରେ ଜାଣିବାକୁ ପାଇଥିଲୁ । ଗଣେଶ ପୂଜା ସମୟରେ ଅଭିଜିତଙ୍କର ବାନ୍ତି ଓ ଝାଡ଼ା ହେବାରୁ ସୋଡିୟମ୍ ହ୍ରାସ ପାଇଥିଲା । ତେଣୁ ତାଙ୍କୁ କଟକ ସହରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ମାତ୍ର ସୋଡିୟମ୍ ଯେତିକି ଦିଆଯିବା କଥା ତାଠାରୁ ଅଧିକ ଦିଆଯିବାରୁ ସେ ଅଧିକ ଶେ।।ଇ ରହିଥିଲେ । ପରେ ସେ କୋମାକୁ ଚାଲି ଯାଇଥିଲେ । ଏଣୁ ଶରୀରର ବିଭିନ୍ନ ସେଲ୍ ସମେତ ବ୍ରେନ୍ର ସେଲ୍ ଉପରେ ଅଧିକ କ୍ଷତି ପହଞ୍ଚାଇଥିଲା । ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ସେ ମୃତ୍ୟୁମୁଖରେ ପଡ଼ିଥିଲେ । ଏମ୍‌.ସ୍ ସେପ୍ଟେମ୍ବରରେ ଭର୍ତ୍ତି ହୋଇ ଚିକିତ୍ସା ହେବା ମଧ୍ୟରେ ଡାକ୍ତରଙ୍କଠାରୁ ପୂର୍ବ ଚିକିତ୍ସା ସମ୍ପର୍କରେ ଅନେକ ସୂଚନା ପାଇଥିଲୁ । ମାତ୍ର ସେତେବେଳକୁ ଆମ ପାଖରେ ଆଉ କିଛି ଉପାୟ ନ ଥିଲା । ଫଳରେ ମୁଁ ମୋ ସ୍ୱାମୀଙ୍କୁ ହରାଇଥିଲି ବୋଲି ପତ୍ନୀ ରଞ୍ଜିତା କହିଛନ୍ତି । ଏହି ଘଟଣା ପରି ଅନ୍ୟତମ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ମଧ୍ୟ ପରିବାର ଲୋକେ ଆପତ୍ତି ଉଠାଇଥିଲେ । ହ୍ୟୁମାନ କଟକ ସହରରେ ପ୍ରଥମେ ଯେଉଁ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ସେଠାରେ ଆରମ୍ଭରୁ ତାଙ୍କୁ ତ୍ରୁଟିପୂର୍ଣ୍ଣ ଚିକିତ୍ସା କରାଯିବାରୁ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ବଢ଼ିଯାଇଥିଲା ବୋଲି ତାଙ୍କ ମା’ ଅଭିଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ