ଗଞ୍ଜାମ ପୁଲିସ ଜିଲ୍ଲାରେ ହୋମଗାର୍ଡ ପରୀକ୍ଷା
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ପୁଲିସ ଜିଲ୍ଲାରେ ହୋମଗାର୍ଡ ପରୀକ୍ଷା ଜୋରଦାର ଚାଲିଛି । ବିଭିନ୍ନ କ୍ଷେତ୍ରରେ ୧୩୫ ଟି ପଦବୀ ରହିଥିବା ବେଳେ ୧୫୨୫ ଜଣ ପରୀକ୍ଷା ପାଇଁ ଉତୀର୍ଣ୍ଣ ହୋଇଛନ୍ତି । ପୂର୍ବରୁ କିଛି ଜଣଙ୍କ ପରୀକ୍ଷା ସରିଥିବା ବେଳେ ବାକି ପରୀକ୍ଷାର୍ଥୀଙ୍କ ପାଇଁ ଇନଟେରିଭ୍ୟୁ ଚାଲିଛି । ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଅଧ୍ୟକ୍ଷାତରେ ସମସ୍ତ ପ୍ରକାର ପରୀକ୍ଷା ପରିଚାଳିତ ହେଉଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଚିନ୍ମୟ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧନାରେ ପରୀକ୍ଷାର୍ଥୀମାନଙ୍କ ବିଭିନ୍ନ କ୍ଷେତ୍ରରେ ତଦାରଖ କରୁଛନ୍ତି । ସେହିପରି ମେମ୍ବର-୧ ଭାବରେ ହୋମଗାର୍ଡ ଡିଏସ୍ପି କାଳୁଚରଣ ବେହେରା, ମେମ୍ବର-୨ ଆରକ୍ଷୀ ନୀରିକ୍ଷକ ବିକାଶ ସେନାପତି ଏବଂ ଆସିଷ୍ଟାଂଟ ଅଗ୍ନିଶମ ଅଧିକାରୀ ଧନଞ୍ଜୟ ମଲ୍ଲିକ ପରୀକ୍ଷାର୍ଥୀମାନଙ୍କ ବିଭିନ୍ନ ପରୀକ୍ଷାକୁ ତଦାରଖ କରୁଛନ୍ତି । ୨୩୦ ଜଣ ସାଧାରଣ ବର୍ଗ ପରୀକ୍ଷାର୍ଥୀଙ୍କ ଲମ୍ବାଡିଆଁ, ୨୦୦ ମିଟର ଦୌଡ ହୋଇଯାଇଛି । ସୋମବାର ସାମୁଦ୍ରିକ ଥାନାରେ ୧୫ ଟି ପଦବୀ ପାଇଁ ଗୌରୀଶଙ୍କର ମନ୍ଦିର ସ୍ଥିତ ଲାଇନବନ୍ଧରେ ୮୮ ଜଣଙ୍କ ପହ୍ଁରା ପରୀକ୍ଷା ହୋଇଥିଲା । ସେହିପରି କାଲାମ ଶିକ୍ଷାନୁଷ୍ଠାନରେ କମ୍ପ୍ୟୁଟର ପରୀକ୍ଷା, ଡ୍ରାଇଭିଂ, ରୋଷେୟା, ଇଲେକ୍ଟ୍ରିସିଆନ୍, ପ୍ଲମ୍ବର ଆଦି ପଦବୀ ପାଇଁ ପରୀକ୍ଷାର୍ଥୀଙ୍କ ପରୀକ୍ଷା ରହିଥିବା ସୂଚନା ମିଳିଛି । ଏହି ଅବସର ରେ ଛତ୍ରପୁର ଏସ୍ଡ଼ିପିଓ ଚନ୍ଦନ କୁମାର ଘଡ଼ାଇ ଓ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ସମେତ ବହୁ ପୋଲିସ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ l


