ଧାନମଣ୍ଡିରେ ଚାଷୀଙ୍କୁ ଶୋଷଣର ପ୍ରତିବାଦ: ଜିଲ୍ଲା କଂଗ୍ରେସ ପକ୍ଷରୁ କୃଷି ଓ ଯୋଗାଣ ମନ୍ତ୍ରୀଙ୍କ କୁଶପୁତଳିକା ଦାହ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଧାନମଣ୍ଡିରେ ଚାଷୀଙ୍କୁ ଶୋଷଣ କରାଯିବା ପ୍ରତିବାଦରେ ମଙ୍ଗଳବାର କେନ୍ଦ୍ରାପଡା ସହରର ପୁରୁଣାବସଷ୍ଟାଣ୍ଡରେ କୃଷି ଓ ଯୋଗାଣ ମନ୍ତ୍ରୀଙ୍କ କୁଶପୂତଳିକା ଦାହ କରାଯାଇଛି। ଜିଲ୍ଲା କଂଗ୍ରେସ କିଷାନ ସେଲ ସଭାପତି ଜୟଦେବ ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ମହମ୍ମଦ ଆକବର ଅଲ୍ଲୀ, ଭାଗିରଥି ଜେନା, ସନ୍ତୋଷ କୁମାର ବେହୁରା, ବିଧୁଭୂଷଣ ମହାପାତ୍ର, ଦିଲ୍ଲିପ ପ୍ରଧାନ, ହିମାଂଶୁଭୂଷଣ ନନ୍ଦ, ଗୈାରାଙ୍ଗ ଖଟୁଆ, ବିଜୟ ମଲିକ, ରଶ୍ମୀରଞ୍ଜନ ଚୈାଧୁରୀ, ପ୍ରଭାତ ରାଉତ, ରଞ୍ଜନ ରାଉତ, ନାରାୟଣ ରାଉତ, ପ୍ରଦିପ ରାଉତ, ଉମେଶ ପାଢୀ ପ୍ରମୁଖ ଯୋଗଦେଇ ବିଜେପି ସରକାରର କୃଷକମାରଣ ନୀତିକୁ ସମାଲୋଚନା କରିବା ସହିତ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ କୁଶପୂତଳିକା ଦାହ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ