ଜିଲ୍ଲାସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳିତ

କଟକ, (ଓ୍ବାଇଏନଏସ):ଜାତୀୟ କୃମି ନାଶକ ଦିବସ ପାଳନ ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆଜି ନୂଆବଜାର ସ୍ଥିତ ନେହେରୁ ନୋଡାଲ ଉଚ୍ଚ ବିଦ୍ୟାପୀଠ ପରିସରରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ସହ କୃମି ନାଶକ ଔଷଧ ବଣ୍ଟନ କରାଯାଇଥିଲା । ୧ ବର୍ଷରୁ ୧୯ ବର୍ଷ ବୟସର ଶିଶୁ ଓ କିଶୋର–କିଶୋରୀ ଏବଂ ୨୦ବର୍ଷରୁ ୨୪ବର୍ଷ ବୟସର ପ୍ରଜନନକ୍ଷମ ମହିଳାମାନଙ୍କୁ କୃମି ରୋଗରୁ ସୁରକ୍ଷା ଦେବା ସହ ସୁସ୍ଥ ଜୀବନଶୈଳୀ ପ୍ରତି ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ଏହି ଅବସରରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଚିନ୍ତାମଣି ମିଶ୍ର ଯୋଗଦେଇ କହିଥିଲେ ଯେ କୃମି ସଂକ୍ରମଣ ଶିଶୁମାନଙ୍କର ପୋଷଣ, ବୃଦ୍ଧି ଓ ଶିକ୍ଷାରେ ବାଧା ସୃଷ୍ଟି କରେ, ପ୍ରଜନନକ୍ଷମ ମହିଳାମାନଙ୍କ ମଧ୍ୟରେ ରକ୍ତହୀନତାର ଲକ୍ଷଣ ଦେଖାଯାଏ । ସେଥିପାଇଁ ସମୟାନୁସାରେ କୃମି ନାଶକ ଔଷଧ ସେବନ ଅତ୍ୟନ୍ତ ଆବଶ୍ୟକ । ଜିଲ୍ଲା ଜନକଲ୍ୟାଣ ଅଧିକାରୀ ସୁଶ୍ରୀ ମଧୁସ୍ମିତା ମହାପାତ୍ର , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ରଶ୍ମିତା ମହାନ୍ତି ,ଜିଲ୍ଲା ମାତୃସ୍ୱାସ୍ଥ୍ୟ ପରିଚାଳକ ଶ୍ରୀମତୀ ମିନାକ୍ଷୀ ବରାଳ,ଜିଲ୍ଲା କାର୍ଯ୍ୟ ପରିଚାଳକ ଶ୍ରୀଯୁକ୍ତ ଟି.ନାରାୟଣ ରାଓ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମନୋରଞ୍ଜନ ବାରିକ, ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ବାସନ୍ତୀ ସ୍ଵାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀମତୀ ମନ୍ଦାକିନୀ ବେହେରା ସଭା ପରିଚାଳନା କରିବା ସହ ବିଦ୍ୟାଳୟର ଶିକ୍ଷକ–ଶିକ୍ଷୟିତ୍ରୀ , ଅଙ୍ଗନବାଡ଼ି କର୍ମୀମାନେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ । ଶେଷରେ ସ୍ୱଚ୍ଛତା ଓ ସୁସ୍ଥ ଖାଦ୍ୟାଭ୍ୟାସ ସମ୍ପର୍କରେ ସଚେତନତା ବାର୍ତ୍ତା ଦିଆଯାଇଥିଲା । ଏହି ଅବସରରେ ଅଲ୍ବେଣ୍ଡାଜୋଲ ଟାବଲେଟ୍ ବଣ୍ଟନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଜାତୀୟ କୃମି ନାଶକ ଦିବସ ବର୍ଷକୁ ୨ଥର ପାଳନ କରାଯାଉଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ