ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ
ବାଲେଶ୍ୱର (ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଆନୁକୁଲ୍ୟରେ ଜାତୀୟ କୃମି ନାଶକ ଦିବସ(ଫେବୃଆରୀ)-୨୦୨୬ ଉପଲକ୍ଷେ ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦୟାଳୟ, ବତେଶ୍ୱର ର ସଭା କକ୍ଷରେ ଉଦ୍ଘାଟନୀ ଉତ୍ସବ ଓ ସଚେତନତା ସଭା ଆୟୋଜିତ ହୋଇଥିଲା। ଉକ୍ତ ସଭା ଶ୍ରୀଯୁକ୍ତ ପ୍ରଭାତ କୁମାର ବେହେରା(ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ)ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦୟାଳୟ ଓ ବିଦ୍ୟାଳୟର ଅଧ୍ୟୟନରତ ଛାତ୍ର ଓ ଛାତ୍ରୀମାନେ ଉପସ୍ଥିତ ଥିଲେ। ସଭାପତି ଶ୍ରୀଯୁକ୍ତ ବେହେରା ତାଙ୍କ ଅଭିଭାଷଣରେ ରକ୍ତହୀନତା, କୃମି ସଂକ୍ରମଣ ର ମୂଖ୍ୟ ସମସ୍ୟା ବୋଲି ମତ ବ୍ୟକ୍ତ କରିଥିଲେ। ଏହି ସମସ୍ୟାକୁ ଦୂରୀକରଣ ନିମନ୍ତେ ସଚେତନତା ସହିତ ବର୍ଷକୁ ଦୁଇଥର ଯଥା ଫେବୃୟାରୀ -୧୦ ଏବଂ ଅଗଷ୍ଟ -୧୦ ତାରିଖରେ କୃମି ନାଶକ ବାଟିକା ଚୋବାଇ ଖାଇବା କୁ ଉପଦେଶ ଦେଇଥିଲେ। ଡ଼ାକ୍ତର ଶ୍ରୀଯୁକ୍ତ ପରେଶ ନନ୍ଦୀ(ସହକାରୀ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ପରିବାର ନିୟୋଜନ) ଡ଼ାକ୍ତର ଶ୍ରୀଯୁକ୍ତ ସୁର୍ଯ୍ୟ ପ୍ରକାଶ ରାଉତ ରାଏ(ସହକାରୀ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଭି ବି ଡି), ଶ୍ରୀଯୁକ୍ତ ଚକ୍ରଧର ଜେନା (ଡି ପି ଏମ) ମହାବିଦ୍ୟାଳୟ ର ଅଧ୍ୟକ୍ଷ ମହୋଦୟ ପ୍ରମୁଖ ନିଜର ମତ ବ୍ୟକ୍ତ କରିଥିଲେ।ପରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ କୃମି ନାଶକ ଔଷଧ ସେବନ କରାଯାଇଥିଲା। ସଭା ଶେଷରେ କ୍ଷେତ୍ର ସ୍ତରରେ କାର୍ଯ କରୁଥିବା ସ୍ବାସ୍ଥ୍ୟ କର୍ମୀ , ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଆଶା ମାନେ ଗୋଷ୍ଠୀ ସ୍ତରରେ ଅଧିକ ସଚେତନତା ସୃଷ୍ଟିପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ପ୍ରଦୀପ କୁମାର ସାହୁ (ଭାରପ୍ରାପ୍ତ ଜିଲ୍ଲା ଯୋଗାଯୋଗ ଅଧିକାରୀ)ଙ୍କ ପରିଚାଳନାରେ ହୋଇଥିଲା ଓ ଶେଷରେ ଜିତେନ୍ଦ୍ର ବିଶ୍ବାଳ (ଡି ଏମ ଆର୍ ସି ଏଚ) ଧନ୍ୟବାଦ ଜଣାଇଥିଲେ।


