ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାପାଳ ଅଫିସ ଘେରାଓ ପାଇଁ ପ୍ରସ୍ତୁତି ବୈଠକ
କଟକ, (ଓ୍ବାଇଏନଏସ): ଆଜି ସନ୍ଧ୍ୟା ୫ ଘଟିକା ସମୟରେ ରାଜ୍ୟ ବ୍ୟାପି ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଦରଦାମ ବୃଦ୍ଧି, ବିଭିନ୍ନ ପ୍ରକାର ନୂତନ ଭତ୍ତା କାର୍ଡ ସଂଖ୍ୟା ବୃଦ୍ଧି ନକରିବା ଏବଂ ବିଭିନ୍ନ ପ୍ରସଙ୍ଗ ପରିପ୍ରକ୍ଷୀରେ ରାଜ୍ୟ ସରକାରଙ୍କ ମନମୁଖୀ କାର୍ଯ୍ୟ କରିବା ପ୍ରତିବାଦରେ ରାଜ୍ୟ ବିଜୁ ଜନତା ଦଳ ଆୱାନ କ୍ରମେ ବାରବାଟୀ – କଟକ ବିଜୁ ଜନତା ଦଳ ପକ୍ଷରୁ ଆସନ୍ତା ୧୩ ତାରିଖରେ ଜିଲ୍ଲାପାଳ ଅଫିସ ଘେରାଓ ପାଇଁ ୱାର୍ଡନଂ ୧୬ ଠାରେ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ବାରବାଟୀ- କଟକ ବିଜୁ ଜନତା ଦଳର କୋଷଧକ୍ଷ ଶ୍ରୀ ସୁବାସ ସିଂହ, ବିଜେଡି କଟକ ଜିଲ୍ଲା ସଭାପତି ଶ୍ରୀ ପ୍ରଫୁଲ ସିଂହ, ରାଜ୍ୟ କାର୍ଯ୍ୟକରାଣୀ ସଦସ୍ୟ ପ୍ରକାଶ ସିଂହ , ପୂର୍ବତନ ମେୟର ଅନିତା ବେହେରା , ପ୍ରବାସୀ ଓଡ଼ିଆ ସଂଘ ଆବାହକ ନନ୍ଦଲାଲ ସିଂହ , ମହମଦ ସକିଲ, ଏକରାମ ହୁସେନ, ଜନ ସନ ମହାପାତ୍ର, ବିଜୟ ଓଝା , ରାଜ୍ୟ ବିଜୁ ଜନତା ଦଳ ଉପସଭାପତି ଜଗନ୍ନାଥ ସ୍ୱାଇଁ, ରମଜାନ ଖାନ, କର୍ପୋରେଟର ଏ ଶ୍ରୀଦେବୀ, ପୁଷ୍ପିତା ମହାନ୍ତି,ମୋନାଲିଶା ଦାସ , ଇତିଶ୍ରୀ ଦାସ , ବନଲତା ପ୍ରଧାନ, ଇଫତୀକାର ଆଲାମ , ଅରୁନ୍ଧତୀ କର , ଦୀପଞ୍ଜଳି ସିଂହ , ଆରତୀ ସାହୁ, ସତ୍ୟ ରଞ୍ଜନ ତ୍ରିପାଠୀ, ଗଦାଧର ସାହୁ, ସ୍ୱଦେଶ ଦାସ, ଦେବେନ୍ଦ୍ର ପାଣିଗ୍ରାହୀ ବିଜୟ ଓଝା,ବିଶ୍ବ ପ୍ରକାଶ ଦାସ , ଦିଲୀପ ପ୍ରଧାନ, ପ୍ରତାପ କୁମାର ନାୟକ ଅର୍ଦ୍ଧେନ୍ଧୁ ଶେଖର ମାଝୀ, ପ୍ରେମନସୁ ଶେଖର ବେହେରା, ପରେଶନାଥ ଦାସ, ପ୍ରଭାତ ଦାସ,ଦେବେନ୍ଦ୍ର ନାଥ ମିଶ୍ର, ତନ୍ମୟ ରାୟ ସୋମିତ୍ର ମିତ୍ର, ଧୀରେନ୍ଦ୍ର ପ୍ରତାପ, ସୌମ୍ୟଦେର୍ଶନ ବେହେରା , ସୁଦାମ ପରିଡା , ବୀରେନ୍ଦ୍ର ବେହେରା , ସୌମେନ୍ଦ୍ର ସାହୁ, ରିଆଜ ଉଲହା , ଜନ ଆଶିଷ ବରାଳ, କାଳିଚରଣ ପାଣିଗ୍ରାହୀ, ପ୍ରଦୀପ ବାରିକ , ବିଶ୍ଵନାଥ ସେନାପତି, ବିଜ୍ଞାନ ମହାପାତ୍ର, ସତ୍ୟବ୍ରତ ରଣା, ବାରବାଟୀ- କଟକ ବିଜୁ ଜନତା ଦଳର ଆଗଧାଡିର ନେତୃବୃନ୍ଦ, କର୍ମୀ ଯୁବକ, ମହିଳା, ଛାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


