ସଫଳତାର ସହିତ ଶେଷ ହେଲା ପ୍ରବୋଧନ ପ୍ରଶିକ୍ଷଣ ଶିବିର
ନାଉଗାଁ, (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଘୋଡାଂଶ ପଂଚାୟତ ଅନ୍ତର୍ଗତ ଓଡପଏଙ୍ଗାସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ନାଉଗାଁ ମଣ୍ଡଳ ଶିକ୍ଷାଧିକାରୀ ଦିଲୀପ କୁମାର ବଡ଼ପଣ୍ଡାଙ୍କ ତତ୍ବାବଧାନରେ ଆୟୋଜିତ ପାଞ୍ଚ ଦିବସୀୟ ପ୍ରବୋଧନ ପ୍ରଶିକ୍ଷଣ ଶିବିର ସଫଳତାର ସହିତ ଶୁକ୍ରବାର ଶେଷ ହୋଇଛି। ଏହି ଶିବିରରେ ୧୦୦ ପ୍ରଶିକ୍ଷାର୍ଥୀଙ୍କୁ ନୂତନ ଶିକ୍ଷା ଆଇନ ଅନୁଯାୟୀ ଓଡିଶା ବିଦ୍ୟାଳୟ ଶିକ୍ଷା ପାଠ୍ୟକ୍ରମ ରୂପରେଖ- ୨୦୨୫ ବ୍ୟବହାର ଉପରେ ସମସ୍ତ ୮ଜଣ ପ୍ରଶିକ୍ଷକଙ୍କ ଦ୍ବାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଶେଷରେ ପ୍ରଶିକ୍ଷାର୍ଥୀମାନଙ୍କୁ ବରିଷ୍ଠ ଶିକ୍ଷକ ଓ ପ୍ରଶିକ୍ଷକମାନଙ୍କ ଦ୍ବାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବେ ନରେଶ ଚନ୍ଦ୍ର ସାହୁ, ମନୋରଞ୍ଜନ ଦାସ, ଅକ୍ଷୟ କୁମାର ମହାନ୍ତି, ସରୋଜିନୀ ସାହୁ, ଜିତେନ୍ଦ୍ର କୁମାର ସେଠୀ, କାଶୀନାଥ ବେହେରା, ଚୈତନ୍ୟ ମଲ୍ଲିକ, ପିତାମ୍ବର ପରିଡା ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ।


