ଶକ୍ତି ସଂରକ୍ଷଣ ପାଇଁ ସଚେତନତା ଶୋଭାଯାତ୍ରା

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ବଉଳ ୟୁଥ୍ ଆଣ୍ଡ ଇକୋ କ୍ଲବର ଭାରାପ୍ରାପ୍ତ ଶିକ୍ଷକ ମାନସ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଶକ୍ତି ସଂରକ୍ଷଣ ପାଇଁ ଏକ ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ ଧରି ବିଦ୍ୟାଳୟ ପରିସରରୁ ବାହାରି କାନୁନ୍‌ଗୋସାହି, ବାଲିସାହି, କୋକିଢିଅ ଆଦି ଗ୍ରାମ ଦେଇ ନାଉଗାଁ ବଜାର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷୀ ସେଠୀ, ଶିକ୍ଷକ ସନ୍ତୋଷ କୁମାର ପରିଡା, ସ୍ୱାତୀ ସ୍ୱାଇଁ, ପ୍ରଳୟ ରଞ୍ଜନ ବେହେରା, ବିନତ୍ ଖୁଟିଂଆ, ପୃଥୀରାଜ ମଲ୍ଲିକ, ସମୀକ୍ଷା ଗିରି, ଅର୍ପିତା ବେହୁରା, ମିଲି ପ୍ରଧାନ, ବେବିନା ସେଠୀ, ଶୁଭଶ୍ରୀ ସ୍ୱାଇଁ, ପୁଷ୍ପାଞ୍ଜଳୀ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ