ଶବର ସମାଜ କଲ୍ୟାଣ ସମିତି ତରଫରୁ ସତସଙ୍ଗ ସମ୍ମିଳନୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ତିରିଶିଂ ଶବର ସମାଜ କଲ୍ୟାଣ କେନ୍ଦ୍ର ତରଫରୁ ଅନୁକୋଣ୍ଡା ଗୁଡ଼ା ଗ୍ରାମରେ କୁମ୍ଭ ସଂକ୍ରାନ୍ତି ଉପଲକ୍ଷେ ମାସିକ ସତସଙ୍ଗ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ସନାତନ ହିନ୍ଦୁ ଧର୍ମର ସଂସ୍କୃତି, ଇତିହାସ ବିଷୟ ସହ ସମାଜ ଓ ରାଷ୍ଟ୍ର ହିତରେ କିଭଳି ସଭିଏ ସମର୍ପିତ ହୋଇ ରହିବେ ସେ ସବୁର ଉପଦେଶ ଏହି ସତସଙ୍ଗରେ ପ୍ରଦାନ କରାଯାଇ ନିଶା ନିବାରଣ, ସ୍ୱଦେଶୀ ବ୍ୟବହାର,ସାମାଜିକ ସଦଭାବନା ଇତ୍ୟାଦି ବିଷୟ ସହ ବିଦେଶୀ ଧର୍ମାନ୍ତିକରଣର ଷଡ଼ଯନ୍ତ୍ର ରୁ କିପରି ନିଜର ଧର୍ମ ଓ ସଂସ୍କୃତିକୁ ବଞ୍ଚାଇ ରଖିବା, ଆଦି ବିଷୟରେ ସମବେତ ଭକ୍ତଙ୍କୁ ସଚେତନ କରାଯାଇଥିଲା। ଏଥିରେ ଯଜ୍ଞାନୁଷ୍ଟାନ, ସଭା କାର୍ଯ୍ୟ, ସାଂସ୍କୃତିକ କାର୍ଯ୍ୟ, ଭଜନ, ନୃତ୍ୟ ଇତ୍ୟାଦି କାର୍ଯ୍ୟକ୍ରମ ପରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଏହି ସତସଙ୍ଗରେ ସମ୍ପୃକ୍ତ ଅଞ୍ଚଳର ଶତାଧିକ ଅଞ୍ଚଳବାସୀ ଯୋଗ ଦେଇଥିଲେ।


