ପ୍ୟାକ୍ସରେ ତାଲା ପକାଇଲେ ଦୁର୍ବୃତ୍ତ: ଧାନ ମଣ୍ଡି କାର୍ଯ୍ୟ ବାଧାପ୍ରାପ୍ତ

କେନ୍ଦ୍ରାପଡ଼ା,:କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) କାର୍ଯ୍ୟାଳୟରେ କେତେକ ଗୁଣ୍ଡାଶ୍ରେଣୀୟ ଯୁବକ ପଶି କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିବା ସହ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ଏ ନେଇ ସମିତି ସମ୍ପାଦକ ପ୍ରେମାଞ୍ଜନ ସାହୁ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସତ୍ୟଜିତ ଜେନା, ସରୋଜ ରଞ୍ଜନ ଜେନା, ପ୍ରଦୀପ୍ତ କୁମାର ରାଉତ ଓ ଲାଲୁ ପ୍ରସାଦ ଜେନା ପ୍ରମୁଖ ପ୍ୟାକ୍ସ କାର୍ଯ୍ୟାଳୟରେ ପଶି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପ୍ୟାକ୍ସ କର୍ମଚାରୀମାନେ ଏହାର କାରଣ ଜାଣିବା ପାଇଁ ତାଙ୍କୁ ପଚାରିବାରୁ ସେମାନେ କର୍ମଚାରୀମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ କାର୍ଯ୍ୟାଳୟରେ ତାଲା ପକାଇ କର୍ମଚାରୀମାନଙ୍କୁ ମାରିବା ପାଇଁ ଧମକ ଦେଇଥିଲେ। ଏହାଦ୍ୱାରା ଧାନ ମଣ୍ଡି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତେଣୁ ଅଭିଯୁକ୍ତମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ପାଦକ ଶ୍ରୀ ସାହୁ ନିବେଦନ କରିଛନ୍ତି। ଏହି ଅଭିଯୋଗର ନକଲ ସେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବେଷାମରିକ ଯୋଗାଣ ଅଧିକାରୀଙ୍କ ନିକଟକୁ ମଧ୍ୟ ପଠାଇଛନ୍ତି। ଏହି ଆକ୍ରମଣର ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇଛି। ତେଣୁ ସି.ସି. ଟିଭିର ଯାଞ୍ଚ କରାଗଲେ ସମସ୍ତ ସତ୍ୟ ଜଣାପଡିବ ବୋଲି ସମ୍ପାଦକ ଶ୍ରୀ ସାହୁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ