ଆସିକାରେ ମାଟ୍ରିକ ପରୀକ୍ଷା ସୁପରିଚାଳନା ସଂକ୍ରାନ୍ତୀୟ ବୈଠକ

ଆସିକା (ୱାଇଏନ୍‍ଏସ୍‍): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦଶମ ଶ୍ରେଣୀର ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖ ଠାରୁ ଆସିକା ବ୍ଳକ ଓ ଏନ୍‍ଏସି ଅଧୀନସ୍ଥ ୧୦ଟି ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହୋଇ ମାର୍ଚ୍ଚ ମାସ ୨ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ଏହି ମାଟ୍ରିକ ପରୀକ୍ଷାକୁ ତୃଟିଶୂୁନ୍ୟ ତଥା ଶୃଙ୍ଖଳିତ ଭାବେ ସମାପ୍ତ କରିବା ଲାଗି ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ଆସନ୍ତା ୧୯ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ସୁପରିଚାଳନା କରିବା ସକାଶେ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଓ ନୀରିକ୍ଷକମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ୧୯ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ସୁପରିଚାଳନା କରିବା ଲାଗି ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୭ ଜଣ ଶିକ୍ଷକଙ୍କୁ ନିୟୋଜିତ କରାଯାଇଥିବା ଜଣାପଡିଛି । ଆସିକା ବ୍ଲକ ଓ ଏନ୍‍ଏସି ଅଧୀନସ୍ଥ ୧୦ଟି ପରୀକ୍ଷାକେନ୍ଦ୍ରରେ ସମୂଦାୟ ୨୧୭୧ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବା ପାଇଁ ସ୍ଥିରୀକୃତ ହୋଇଥିବା ବେଳେ ଏହି କାର୍ଯ୍ୟକୁ ସୁପରିଚାଳନା ପାଇଁ ନିୟୋଜିତ ଥିବା କର୍ମଚାରୀମାନେ ଶୃଙ୍ଖଳିତ, ଦାୟିତ୍ୱବୋଧ ଓ ନିଷ୍ଠାର ସହ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସଂପାଦନ କରିବାକୁ ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ନୋଡାଲ୍‍ ସେଣ୍ଟରର ଅଧୀକ୍ଷକ ରମାକାନ୍ତ ମହାନ୍ତି ଏବଂ ଆସିକା ବ୍ଳକ ନୋଡାଲ୍‍ ହାଇସ୍କୁଲ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ପରାମର୍ଶ ଦେଇଥିବା ଜଣାପଡିଛି । ଆସନ୍ତା୧୯ ତାରିଖ ଠାରୁ ମାଟ୍ରିକ ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଏକା ସାଙ୍ଗରେ ଆରମ୍ଭ ହେବ । ପରୀକ୍ଷାକେନ୍ଦ୍ରକୁ ମୋବାଇଲ୍‍ ଫୋନ୍‍ ଓ ବୈଦ୍ୟୁତିକ ସାମଗ୍ରୀ ନେବା ଉପରେ ସଂପୁର୍ଣ୍ଣ ବାରଣ କରାଯାଇଥିଲା ବେଳେ ପରୀକ୍ଷାକେନ୍ଦ୍ର ହତା ମଧ୍ୟକୁ ବାହାର ଲୋକଙ୍କ ପ୍ରବେଶ ନିଷେଧ ଓ ଓଡିଶା ପରୀକ୍ଷା ପରିଚାଳନା ନିୟମ କଡାକଡି ଭାବେ ପାଳନ କରିବା ଏବଂ ତୃଟିଶୂନ୍ୟ ପରୀକ୍ଷା ପରିଚାଳନା ଉପରେ ବିସ୍ତୃତ ଭାବେ ଏହି ବୈଠକରେ ଆଲୋଚନା କରାଯାଇଥିଲା । କପି ରୋକିବା ପାଇଁ ଚଳିତବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଇଥିଲା ବେଳେ ପରୀକ୍ଷା କେନ୍ଦ୍ର ଗୁଡିକରେ ପାନୀୟ ଜଳ, ଓଆର୍‍ଏସ୍‍, ଫ୍ୟାନ୍‍, ବାଳକ ଓ ବାଳିକା ପରୀକ୍ଷାର୍ଥୀଙ୍କ ନିମନ୍ତେ ଭିନ୍ନ ଭିନ୍ନ ଶୌଚାଳୟ, ପ୍ରତି ପରୀକ୍ଷା କକ୍ଷରେ କାନ୍ଥଘଣ୍ଟା ଲଗାଯିବା ସୁନିଶ୍ଚିତ କରାଯାଇଛି ।ଆସନ୍ତା ୧୯ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ ଭାବେ ସମାପ୍ତ କରିବା ପାଇଁ ଅନୁଷ୍ଠିତ ବୈଠକରେ ବିଭିନ୍ନ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଓ ନୀରିକ୍ଷକମାନେ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲର ନୋଡାଲ ସେଣ୍ଟର ଷ୍ଟ୍ରଙ୍ଗ ରୁମରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କାଯାଇଥିଲା ବେଳେ ପ୍ରଶ୍ନପତ୍ର କିପରି ନୋଡାଲ ସେଣ୍ଟରରେ ସୁରକ୍ଷିତ ଅବସ୍ଥାରେ ରହିବ ଓ ପରୀକ୍ଷା ସମୟରେ ତାହା କିପରି ସୁରକ୍ଷିତ ଭାବେ ନୋଡାଲ ସେଣ୍ଟର ଅଧୀନସ୍ଥ ଆସିକା ବ୍ଳକ ଓ ଏନ୍‍ଏସିର ୧୦ଟି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ତାହାକୁ ଦୃଷ୍ଟିରେ ରଖି ନୋଡାଲ ସେଣ୍ଟର ସୁପରିନଟେଣ୍ଡଣ୍ଟ ତଥା ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତି ଓ ସୁଶାନ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଶିକ୍ଷକ ପ୍ରଶାନ୍ତ କୁମାର ନାୟକ, ଦେବେନ୍‍ ନାୟକ, ଅମୀୟ କୁମାର ନାୟକ, ସୁଶିଲ୍‍ ମୋହନ ପାତ୍ର, ରାମଚନ୍ଦ୍ର ପ୍ରଧାନ, ଅନିଲ୍‍ ବେହେରା, ଚନ୍ଦ୍ରଶେଖର ଦାଶ, ମନୋରଂଜନ ପଣ୍ଡାଙ୍କ ସମେତ ବହୁ ଶିକ୍ଷକଙ୍କୁ ନିୟୋଜିତ ଥିବା ଜଣାପଡିଛିି । ଆସନ୍ତା ମାଟ୍ରିକ ପରୀକ୍ଷା ସୁପରିଚାଳନାରେ ଯେପରି ବିଭ୍ରାଟ ସୃଷ୍ଟି ନହୁଏ ତାହାକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଉଥିବା ଲକ୍ଷ୍ୟ କରାଯାଉଛି । ଆସନ୍ତା ୧୯ ତାରିଖ ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷାରେ ମାଟ୍ରିକ ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍‍ଓଏସ୍‍ସି) ଓ ସଂସ୍କତ ମଧ୍ୟମା ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ନୋଡାଲ ସେଣ୍ଟର ଅଧୀନରେ ଆସିକା ବ୍ଳକ ଓ ଏନ୍‍ଏସି ଅଞ୍ଚଳର ୧୦ଟି ପରୀକ୍ଷାକେନ୍ଦ୍ରରେ ସମୂଦାୟ ୨୧୭୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ଜଣାପଡିଛି । ଆସନ୍ତା ୧୯ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଏହି ମାଟ୍ରିକ ପରୀକ୍ଷାରେ ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ନୋଡାଲ୍‍ ସେଣ୍ଟର ଅଧୀନସ୍ଥ ଟେକନିକାଲ୍‍ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ୨୪୧ ଜଣ ପରୀକ୍ଷାର୍ଥୀ, ହରିହର ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୨୬୩ ଜଣ ପରୀକ୍ଷାର୍ଥୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୩୬୪ ଜଣ ପରାକ୍ଷୀର୍ଥୀ, ଏନ୍‍ଏସି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୨୦୫ ଜଣ ପରାକ୍ଷାର୍ଥୀ, ଦେବଭୂମୀ ସ୍ଥିତ ଗ୍ରାମ ପଞ୍ଚାୟତ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୭୮ ଜଣ ପରୀକ୍ଷାର୍ଥୀ, ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ପରୀକ୍ଷା କେନ୍ଦ୍ରରେ ୧୭୧ ଜଣ ପରାକ୍ଷାର୍ଥୀ, ମୁନିଗାଡି ସ୍ଥିତ ୟୁଜି ସରକାରୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୯୩ ଜଣ ପରାକ୍ଷାର୍ଥୀ, କେନ୍ଦୁପଦର ସ୍ଥିତ ପ୍ରଗତି ବିଦ୍ୟାପୀଠ ପରୀକ୍ଷାକେନ୍ଦ୍ରରେ ୨୩୮ ଜଣ ପରୀକ୍ଷାର୍ଥୀ, ଦି ଆସିକା ସୁଗର ଇଣ୍ଡଷ୍ଟ୍ରିସ୍‍ ହାଇସ୍କୁଲ ନୁଆଗାଁ ପରୀକ୍ଷା କେନ୍ଦ୍ରରେ ୧୮୮ ଜଣ ପରୀକ୍ଷାର୍ଥୀ, ବାବନପୁର ସ୍ଥିତ ଚିନିଶିଳ୍ପ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ୧୩୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ସ୍ଥିରୀକୃତ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ