ଆସନ୍ତା ୨୦ରେ ମକର ମହୋତ୍ସବ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ପ୍ରକୃତିମିତ୍ର ମା’ବୁଢୀ ଜାଗୁଳାଇ ପାଲା ସଙ୍ଘ, କେନ୍ଦ୍ରାପଡା ପକ୍ଷରୁ ଆସନ୍ତା ୨୦ତାରିଖରେ ଦୁହୁରିଆସ୍ଥିତ ବିଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ମକର ମହୋତ୍ସବ – ୨୦୨୬ ଅନୁଷ୍ଠିତ ହେବ। ଏହି ଉତ୍ସବକୁ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରାବନ୍ଧିକ ଅମରେନ୍ଦ୍ର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେବେ। ଏହି ଅବସରରେ ସଙ୍ଘ ପକ୍ଷରୁ ବରିଷ୍ଠ ବୃଦ୍ଧବୃଦ୍ଧାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ବାଦିପାଲା ଓ ନୃତ୍ୟସଂଗୀତ ମହୋତ୍ସବ ମଧ୍ୟ ଅନୁଷ୍ଠିତ ହେବ ବୋଲି ସଙ୍ଘ ପକ୍ଷରୁ ଗଗନବିହାରୀ ସିଂହ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ