ଶ୍ରୀମାଙ୍କ ୧୪୮ତମ ଜନ୍ମଦିବସ ପାଳିତ
ନାଉଗାଁ ,(ଇମିସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ମୁଣ୍ଡାଳୋ , ସାରେଇକୂଳ ଓ ବାଂଶସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଶ୍ରୀମା ଙ୍କର ୧୪୮ତମ ଜନ୍ମଦିନ ମହାସମାରୋହରେ ପାଳିତ ହୋଇଯାଇଛି | ମୁଣ୍ଡାଳୋରେ ଅଜୟ କୁମାର ବେହେରା , ସାରେଇକୂଳରେ ଅନ୍ନସ୍ମିତା ବେହୁରା , ବାଂଶରେ ବୈଜୟନ୍ତୀମାଳା ସ୍ୱାଇଁ ଙ୍କ ତତ୍ୱାବଧାନରେ ଆୟୋଜନ କରାଯାଇଥିଲା। ଶିକ୍ଷାକେନ୍ଦ୍ରମାନଙ୍କରେ ଶ୍ରୀମା ଶ୍ରୀଅରବିନ୍ଦଙ୍କର ଫଟୋଚିତ୍ରରେ ପିଲାମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ଫୁଲରେ ମାଳ କରି ସୁସଜ୍ଜିତ କରିଥିଲେ | ପରେ ଧୂପ ଦୀପ ଦେଇ ପିଲାମାନେ ଶ୍ରୀମାଙ୍କ ମ୍ୟୁଜିକ ସହିତ ଧ୍ୟାନ କରି ଶ୍ରୀମା ଆଶିଷ ଭିକ୍ଷା କରିଥିଲେ | ଏହି କାର୍ଯ୍ୟକ୍ରମରେ ସମସ୍ତ ମାତୃପ୍ରେମୀ ଅଭିଭାବକ ଯୋଗ ଦେଇଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ।


