ଡାକ କର୍ମଚାରୀ ସମବାୟ ସମିତିର ବାର୍ଷିକ ସାଧାରଣ ସଭା

ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ଡାକକର୍ମଚାରୀ ସମବାୟ ସମିତିର ବାର୍ଷିକ ସାଧାରଣ ସଭା, ବାଲେଶ୍ୱର ପ୍ରଧାନ ଡାକଘର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସମବାୟ ସମିତିର ସଭାପତି ଅଜୟ ନାରାୟଣ ଦାସ ସଭାପତିତ୍ୱ କରିଥିଲେ। ସମବାୟ ସମିତିର ପ୍ରତିଷ୍ଠାତା ସ୍ୱର୍ଗତ ଜୀବନକୃଷ୍ଣ ଦାସ ଓ ପ୍ରାକ୍ତନ ବୋର୍ଡ଼ ସଦସ୍ୟ ସ୍ୱର୍ଗତ ଗୌରମୋହନ ସିଅଳଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରିବା ପରେ ବାଲେଶ୍ୱର ଡାକ ଅଧୀକ୍ଷକ ତାପସ କୁମାର ଦାଶ ପ୍ରଦୀପ ଜାଳି ସଭାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଡାକ ସମବାୟ ସମିତିର ସଂପାଦକ ଅକ୍ଷୟ କୁମାର ତ୍ରିପାଠୀ ୨୦୨୫-୨୬ର ବାର୍ଷିକ ବିବରଣୀ ଓ ଆୟବ୍ୟୟର ଆର୍ଥିକ ଅଟକଳ ଉପସ୍ଥାପନ କରିବାପରେ ତାହା ଅନୁମୋଦନ ଲାଭ କରିଥିଲା। ୨୦୨୨-୨୩ ଠାରୁ ଅଡ଼ିଟ୍ ହୋଇନାହିଁ ବୋଲି ସଂପାଦକ ପ୍ରକାଶ କରିବା ପରେ ଆଜି ସାଧକାରଣ ସଭାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରି ଶୀଘ୍ର କରାଇନେବାକୁ ନିଷ୍ପତ୍ତି ଗ୍ରହଣ କରାଗଲା। ସମସ୍ତ ସଭ୍ୟମାନଙ୍କୁ ସମବାୟ ସମିତିରୁ ଋଣ ନେଇ ସମିତିକୁ ଆଗେଇ ନେବାପାଇଁ ଅନୁରୋଧ କରିଥିଲେ। ଏହି ସଭାରେ ଭଦ୍ରକ, ଜଳେଶ୍ୱର ଓ ବାଲେଶ୍ୱରର ବହୁ ସଭ୍ୟସଭ୍ୟା ଯୋଗ ଦେଇଥିଲେ। ବାଲେଶ୍ୱର ଡାକବିଭାଗର ଅଧ୍ୟକ୍ଷ ତାପସ କୁମାର ଦାସ, ଭଦ୍ରକ ପ୍ରାକ୍ତନ ଡାକ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ମହାନ୍ତି, ସମ୍ବଲପୁରର ଡାକ ଅଧ୍ୟକ୍ଷ ବସନ୍ତ କୁମାର ସିଂହ, ବାଲେଶ୍ୱର ଏସ୍‌.ଆର.ସି.ଏସ୍ ଗୋପବନ୍ଧୁ ଦାସ, ବରିଷ୍ଠ ସଭ୍ୟ ନିରଞ୍ଜନ ରାଉତ, ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ବରିଷ୍ଠ ଆଇନଜୀବୀ ନିରଞ୍ଜନ ପରିଡ଼ା, ପୂର୍ବତନ ସଭାପତି ଗୋପାଳ ଚନ୍ଦ୍ର ପଢ଼ିଆରୀ ପ୍ରମୁଖ ମଞ୍ଚାସୀନ ହୋଇ ସମବାୟ ସମିତିର ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରସ୍ତାବମାନ ଦେଇଥିଲେ। ବାଲେଶ୍ୱର ସମବାୟ ସମିତିର ନିଜର କାର୍ଯ୍ୟ ଓ ସୁପରିଚାଳନା ପାଇଁ ବାଲେଶ୍ୱର ଜିଲ୍ଲା ସମବାୟ ସମିତି ଦ୍ୱାରା ୨୦୨୩-୨୪ ପାଇଁ ଦ୍ୱିତୀୟ ସ୍ଥାନ ଲାଭ କରି ଟ୍ରଫି ଓ ପ୍ରମାଣପତ୍ର ପାଇଛି ବୋଲି ସଂପାଦକ ସଭାରେ ସୂଚନା ଦେଇଥିଲେ। ସେଥିପାଇଁ ସମସ୍ତ ସଭ୍ୟ, ସଭ୍ୟା ଓ ମେନେଜ୍‌ମ୍ୟାଣ୍ଟ୍‌କୁ ସାଧୁବାଦ ଜଣାଇଥିଲେ। ଏହି ଉତ୍ସବରେ ବରିଷ୍ଠ ସଦସ୍ୟ ନିରଞ୍ଜନ ରାଉତ ଓ ଏସ୍‌ଆରସିଏସ୍ ଗୋପବନ୍ଧୁ ଦାସଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ସେମାନଙ୍କର ମାନପତ୍ରକୁ ବୋର୍ଡ଼ର ସଭ୍ୟ କାର୍ତ୍ତିକ ଚନ୍ଦ୍ର ଦାସ ପାଠ କରିଥିବାବେଳେ ପୂର୍ବତନ ସଭାପତି ଗୋପାଳ ଚନ୍ଦ୍ର ପଢ଼ିଆରୀ, ହରିହର ଭୂୟାଁ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥବଲେ। ଏହି ବୈଠକରେ ୧୫ଜଣ ବୋର୍ଡ଼ ସଭ୍ୟ, ସଭ୍ୟା ଯୋଗ ଦେଇଥିଲେ। କାର୍ତ୍ତିକ ଚନ୍ଦ୍ର ଜାନା, ରାଜେନ୍ଦ୍ର କୁମାର ମଲ୍ଲିକ, ଆଶୁତୋଷ ଜେନା, ବୁଦ୍ଧିରାମ ସିଂ, ଜୟଦେବ ପରିଡ଼ା, ପ୍ରସନ୍ନ କୁମାର ବିଶ୍ୱାଳ, ରବୀନ୍ଦ୍ର କୁମାର ସାହୁ, ଗଦାଧର ଭୂୟାଁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପ୍ରଭାତ କୁମାର ପଣ୍ଡା, ମନୋଜ କୁମାର ମଲ୍ଲିକ, ଦ୍ୱୈପାୟନ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ସମିତିର ଉପସଭାପତି ରତ୍ନପ୍ରଭା ଦ୍ୱିବେଦୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ