ଜିଲ୍ଲା କଂଗ୍ରେସ ପଦାଧିକାରୀଙ୍କ ଆଲୋଚନା ବୈଠକ

ବାଲେଶ୍ଵର(ସରୋଜ ପଣ୍ଡା) : ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ସମସ୍ୟା ସହିତ ଜଡିତ ହେବାକୁ ପଡ଼ିବ । ଦଳର କର୍ମୀ ଓ ନେତାମାନେ ଭୋଟରଙ୍କୁ ଭଗବାନ ଭାବନ୍ତୁ । ଏହା ହେଲେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ ଆଶାତୀତ ସଫଳତା ପାଇବ ବୋଲି ଦଳୀୟ ନେତାମାନେ ପ୍ରକାଶ କରିଛନ୍ତି । ଆଜି ବାଲେଶ୍ଵର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସ କମିଟିରେ ସ୍ଥାନ ପାଇଥିବା ସମସ୍ତ ପଦାଧିକାରୀଙ୍କୁ ସମ୍ବର୍ଦ୍ଧନା ଓ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ସତ୍ୟଶିବ ଦାସ ଏହି ବୈଠକରେ  ପୌରୋହିତ୍ୟ କରି ଆସନ୍ତା ୧୦ ଦିନ ମଧ୍ୟରେ ବ୍ଲକ୍ କଂଗ୍ରେସ କମିଟି ଏବଂ ଜୋନ ସଭାପତି ଚୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାଛଡା ପ୍ରତି ମାସରେ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରରେ ଏକ ମିଶ୍ରଣ ପର୍ବ କରିବାକୁ ଆହ୍ଵାନ ଦେଇଥିଲେ।  ଲୋକେ ବିଜେଡିକୁ ଦେଖିଲେ, ବିଜେପିକୁ ଦେଖୁଛନ୍ତି । ସାଧାରଣ ଲୋକେ ନ୍ୟାୟ ପାଉନାହାନ୍ତି । ତେଣୁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ଦଳୀୟ ନେତାମାନେ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି, ରେମୁଣା ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଜଳେଶ୍ଵର କଂଗ୍ରେସ ନେତା ସୁଦର୍ଶନ ଦାସ, ବସ୍ତା ନେତା ବିଜନ ନାୟକ, ସୋର ନେତା ସୁବ୍ରତ ଧଡ଼ା, ସିମୁଳିଆ ନେତା ହିମାଂଶୁ ବେହେରା, ସଦର ନେତା ସରୋଜ ଲେଙ୍କା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ ପ୍ରମୁଖ ଉଦବୋଧନ ଦେଇଥିଲେ। ଉପସ୍ଥିତ ଜିଲ୍ଲାର ବିଭିନ୍ନ ପଦାଧିକାରୀ ନିଜର ସୁଚିନ୍ତିତ ମତାମତ ଦେଇଥିଲେ । ଜିଲ୍ଲା ସଂଖ୍ୟା ଲଘୁ ସେଲ୍ ଅଧ୍ୟକ୍ଷ ଅଜଗର ଅଲ୍ଲୀ, ମନରେଗା ସଂଯୋଜକ ନିଶିଥ ବାରିକ, ଆର ଜି ପି ଆର ଏସ ଅଧ୍ୟକ୍ଷ ଆଶିଷ ପଟ୍ଟନାୟକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ତୁଷାରକାନ୍ତି ତପସ୍ୱୀ, ଦେବଦତ୍ତ ଦାସ, ବିଜୟ ମହାନ୍ତି, ପଶୁପତି ଉପାଧ୍ୟାୟ ପ୍ରମୁଖ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ