ପୁଅର କାତି ଚୋଟରେ ବାପା ଗୁରୁତର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଦସିପୁର ଗାଁ ରେ ଶନିବାର ରାତି ପ୍ରାୟ ୧ ଟାରେ ଗ୍ରାମର କେ.ବୁଲୁ ରେଡ୍ଡୀ ଙ୍କୁ ତାଙ୍କ ପୁଅ କେ.ଧନୁ ରେଡ୍ଡୀ କାତି ରେ ମୁଣ୍ଡକୁ ହାଣି ଦେଇଥିବା ଅଭିଯୋଗ ହୋଇଛି। ବୁଲୁ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।ତାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ବୁଲୁ ଙ୍କ ବଡ଼ ପୁଅ କିଛି ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ବେଳେ ସାମାନ୍ୟ ପାଗଳା ଥିବା ସାନପୁଅ ତିରୁପତି ରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି।କିଛି ଦିନ ହେଲା ସେ ଗାଁ କୁ ଫେରିଥିଲେ। ଶନିବାର ରାତିରେ ଧନୁ ମଦ ପିଇବାକୁ ଘରେ ପଇସା ମାଗିଥିଲେ। ମା,ବାପା ଓ ସ୍ତ୍ରୀ ମନା କରିବାରୁ ଉତ୍ତେଜିତ ହୋଇ ସେମାନଙ୍କୁ ଆକ୍ରମଣ କରିଥିଲେ।ବାପା ପ୍ରତିବାଦ କରିବାରୁ ସେ ଏକ କାତି ରେ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ଜଣାପଡିଛି। ସନ୍ଧ୍ୟା ସୁଦ୍ଧା ଏନେଇ ଦିଗପହଣ୍ଡି ଥାନାରେ ଏତଲା ହୋଇନଥିବା ଜଣାପଡିଛି।


