୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
ବନ୍ତ,(ଓ୍ବାଇଏନଏସ) : ବନ୍ତ ଥାନା ଅଧିନ ଚଣ୍ଡିପୁର ଗ୍ରାମରେ ପୋଲିସ ଚଢାଉ କରି ୫୦ ଲିଟର ଦେଶୀ ମଦ ଜବତ କରିଛି । ଏଥିରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଶନିବାର ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସମ୍ପୃକ୍ତ ଗ୍ରାମର ମହିଳାଙ୍କ ଘରେ ଚଢାଉ କରି ୫୦ ଲିଟର ଦେଶୀ ମଦ ଜବତ କରିବା ସହିତ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଥିଲା । ଏନେଇ ଥାନାରେ କେସ ନଂ-୭୦/୨୬ ମୂଳେ ଅବକାରୀ ମାମଲା ରୁଜ୍ଜୁ ହୋଇ ରବିବାର ସମ୍ପୃକ୍ତ ମହିଳାଙ୍କୁ ୋକାର୍ଟ ଚାଲାଣ କରାଯାଇଛି । ପ୍ରକାଶ ଥାଉକି, ଗତ କିଛି ଦିନ ତଳେ ବନ୍ତ ଥାନାକୁ ନୂଆ ଯୁବ ଥାନାଧିକାରୀ ସୁପ୍ରକାଶ ମହାନ୍ତି ଯୋଗ ଦେବା ପରେ ବନ୍ତ ଥାନା ଅଞ୍ଚଳରେ ଆଇନ ଶୃଂଖଳା ଉପରେ ଗୁରୁତ୍ୱ ଦେବା ସହିତ ଚୋରା ନିଶା କାରବାର ଉପରେ ତୀକ୍ଷ୍ଣ ନଜର ରଖିଥିବା ଜଣାଯାଇଛି ।


