ମା’ ଗଡ଼ଚଣ୍ଡୀ ରାଜ୍ୟସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ; ବ୍ରହ୍ମପୁର ଚମ୍ପିଆନ
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲା ହାଟଡିହି ବ୍ଲକର ମା’ ଗଡ଼ଚଣ୍ଡୀ ସ୍ପୋର୍ଟ ଆସୋସିଏସନ ପକ୍ଷରୁ ସୁନ୍ଦରାପାଳର ପ୍ରାଣବଲ୍ଲବ ମିନି ଷ୍ଟାଡିୟମରେ ଚାଲିଥିବା ଗଡ଼ଚଣ୍ଡୀ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଛି। ଫାଇନାଲ ୟୁନାଇଟେଡ୍ ଇଲେଭେନ ବ୍ରହ୍ମପୁର ସହିତ ସିଏସି ଇଞ୍ଜାନପୁର ଯାଜପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୬୯ ରନ୍ ସଂଗ୍ରହ କରିଥିଲା। ଜବାବରେ ଯାଜପୁର ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୪ ରନ୍ ସଂଗ୍ରହ କରି ପରାଜିତ ହୋଇଛି। ବ୍ରହ୍ମପୁରର ସରୋଜ ପଣ୍ଡା ୪୭ ବଲରେ ରେ ସର୍ବାଧୂକ ୬୪ ରନ୍ ସଂଗ୍ରହ କରି ମ୍ୟାନ ଅଫ୍ ମ୍ୟାଚ୍ ବିବେଚିତ ହୋଇଥିଲେ। ପୁରଷ୍କାର ବିତରଣ ଉତ୍ସବରେ ଜମ୍ଭିରା ସରପଞ୍ଚ ଘନଶ୍ୟାମ ମଲ୍ଲିକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷକ ଜତିନ୍ଦ୍ର କୁମାର ମଲ୍ଲିକ, ପୂର୍ବତନ ସମିତି ସଭ୍ୟ ବ୍ରହ୍ମାନନ୍ଦ ଜେନା, ଗଡ଼ଚଣ୍ଡୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶରତ କୁମାର ଶାସିନୀ ଯୋଗଦେଇ ଚମ୍ପିଆନ ରନର୍ସଅପ୍ ଦଳକୁ ପୁରସ୍କୃତ କରିଥିଲେ। ଅମ୍ପାୟାର ଭାବେ ବୀରେନ୍ଦ୍ର ବେହେରା ଓ ବିଜୟ ଜେନା ଖେଳ ପରିଚାଳନା କରିଥିଲେ। ସୁଶାନ୍ତ ବେହେରା ଧାରା ବିବରଣୀ ପ୍ରଦାନ କରିଥିଲେ। ଗଡ଼ଚଣ୍ଡୀ ସ୍ପୋର୍ଟ ଆସୋସିଏସନର ସଭାପତି ସୁଧାଂଶୁ ଭୂଷଣ ମଲ୍ଲିକ, ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ଜନ୍ମେଜୟ ପାତ୍ର, ପ୍ରଦ୍ୟୁମ୍ନ ରାଉତ, ଦେବବ୍ରତ ରାଉତ, ତରଣୀସେନ ମଲ୍ଲିକ, ଖଗେଶ୍ବର ମଲ୍ଲିକ, ଧନଞ୍ଜୟ ପାତ୍ର, ପ୍ରିୟବ୍ରତ ରାଉତ, ବିକାଶ ପରିଡ଼ା, ସତ୍ୟବ୍ରତ ରାଉତ, ଗଣନାଥ ସାହୁ, ରତ୍ନାକର ସାହୁ ପ୍ରମୁଖ ଟୁର୍ନାନେଣ୍ଟ ପରିଚାଳନା କରିଥିଲେ।


