ଏସସିବି ଅସ୍ଥିଶଲ୍ୟ ବିଭାଗରେ ୬ଟି ନୂତନ କ୍ୟାବିନ ଉଦଘାଟିତ

କଟକ, (ଓ୍ବାଇଏନଏସ): ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ନୂତନ ଅସ୍ଥିଶଲ୍ୟ କୋଠାର ୫ମ ମହଲାରେ ଆଜି ୬ଟି ନୂତନ କ୍ୟାବିନ୍ ଉଦ୍ଘାଟିତ ହୋଇଛି। ଏହି ନୂତନ କ୍ୟାବିନ୍‌ଗୁଡ଼ିକ ରୋଗୀମାନଙ୍କ ପାଇଁ ସୁବିଧାଜନକ ଚିକିତ୍ସା ପରିବେଶ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହି ଅବସରରେ ଡିନ୍ ଏବଂ ପ୍ରିନ୍ସିପାଲ୍ ପ୍ରଫେସର ଡ଼ଃ ଲୁସି ଦାସ, ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡ଼ଃ ଗୌତମ ସତପଥୀ, ରେଜିଷ୍ଟ୍ରାର (ପ୍ରଶାସନ) ଶ୍ରୀ ସୁବାଷ ଚନ୍ଦ୍ର ରାୟ, ଅର୍ଥ ଅଧିକାରୀ ଶ୍ରୀ ମାନସ ପାତ୍ର, ଅସ୍ଥିଶଲ୍ୟ ବିଭାଗର ଏଚଓଡି ଡ଼ଃ ନିର୍ମଳ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଅଧୀକ୍ଷକ ଡ଼ଃ ଜ୍ୟୋତିର୍ମୟ ନାୟକ, ହସ୍ପିଟାଲ ପରିଚାଳକ ଏବଂ ଅସ୍ଥିଶଲ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ଅସ୍ଥିଶଲ୍ୟ ବିଭାଗରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ନୂତନ କ୍ୟାବିନ୍‌ଗୁଡ଼ିକ ରୋଗୀମାନଙ୍କୁ ଉତ୍ତମ ସେବା ଓ ସୁବିଧା ଯୋଗାଇବ। ନୂତନ ସୁବିଧା ସହିତ ରୋଗୀମାନେ ଅଧିକ ସୁବିଧାଜନକ ଓ ଆରାମଦାୟକ ପରିବେଶରେ ଚିକିତ୍ସା ନେଇପାରିବେ। ଏହା ରୋଗୀ ସେବାର ମାନକୁ ଆହୁରି ଉନ୍ନତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ