ଶିକ୍ଷକଙ୍କ ସ୍ମୃତି ଚାରଣ ସଭା
ଆରଡି,( ଆଲୋକ ଚନ୍ଦ୍ର ନାୟକ ) : ଯାଜପୁର ଜିଲ୍ଲା ଦଶରଥ ବ୍ଲକର ଭକ୍ତ ବନ୍ଧୁ ମହାନ୍ତିଙ୍କ ଜନ୍ମସ୍ଥାନ ଦତ୍ତପୁର ଠାରେ ଛାତ୍ର ବତ୍ସଳ ଶିକ୍ଷକ ସ୍ବର୍ଗତ କାଳନ୍ଦି ଚରଣ ମହାନ୍ତିଙ୍କ ସ୍ମୃତି ଚାରଣ ସଭା ବୁଧବାର ଅନୁଷ୍ଠିତ ହୋଇ ଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଦାଧର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ବାରିକ , ଲକ୍ଷ୍ମୀଧର ନାୟକ,ପୂର୍ବତନ ସରପଞ୍ଚ ମନୋରଞ୍ଜନ ପରିଡା, ସମାଜସେବୀ ସୁଶାନ୍ତ ସାହୁ,ବନ୍ଧୁ ମହାନ୍ତି ସ୍ମୃତି କମିଟି ଦିଲ୍ଲୀପ କୁମାର ମହାନ୍ତି,ଗୋପିନାଥ ଜୀଉ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସେକ ମୋବାରକ ଅଲ୍ଲୀ, ବିଜ୍ଞାନ ଶିକ୍ଷକ ଦିଲ୍ଲୀପ କୁମାର ଦାସ, ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ପ୍ରାଣବନ୍ଧୁ ସାଏନ୍ତ, ଦତ୍ତପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସାମଲ, ମିଛ କବିତା ସାହିତ୍ୟ ସଂସଦ ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ, ସମାଜସେବୀ ଗଦାଧର ନାୟକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ମହାନ୍ତି ୫୦ ବର୍ଷ ଧରି ୬୫ ବର୍ଷ ଧରି ଭଦ୍ରକ ତଥା ଯାଜପୁର ଜିଲାର ବିଭିନ୍ନ ଅ ଅଞ୍ଚଳରେ ଶିକ୍ଷାଦାନ କରି ବହୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଠନ କରିଥିଲେ ବୋଲି ସ୍ମୃତି ଚାରଣ ଅବସରରେ ମତବ୍ୟକ୍ତ କରିଥିଲେ । ଦତ୍ତପୁର ଗ୍ରାମରେ ଜନ୍ମିତ ସ୍ବର୍ଗତ ମହାନ୍ତି ନିଜର କୈଶୋର, ଯୁବକ, ପ୍ରୌଢ ଏପରିକି ବାର୍ଦ୍ଧକ୍ୟ ଅବସ୍ଥା ଏହି ଅଞ୍ଚଳରେ ଶିକ୍ଷା ପାଇଁ ଉତ୍ସର୍ଗ ସ୍ମୃତି ଚାରଣ ଅବସରରେ ସମସ୍ତେ ଏକ ସ୍ବରରେ ମତ ପ୍ରଦାନ କରିଥିଲେ ।


