ଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ ପ୍ରସ୍ତୁତି

ଆସିକା (ୱାଇଏନ୍‍ଏସ୍‍) : ଆସିକା ବ୍ଳକ ଅନ୍ତର୍ଗତ ବେଣାପାଟ ଗ୍ରାମରେ ଆସନ୍ତା ମାର୍ଚ୍ଚ ମାସ ୪ ତାରିଖ ଠାରୁ ଦୀର୍ଘ ୫ ଦିନବ୍ୟାପୀ ଏକ ଅଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବକୁ ଉତ୍ସାହ ଉଦ୍ଦୀପନା ତଥା ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ମହାଆଡମ୍ବରର ସହ ସଂପନ୍ନ କରିବା ଲାଗି ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଲାଗି ଗ୍ରାମ୍ୟ କମିଟି ସଭାପତି ଶତୃଘ୍ନ ସ୍ୱାଇଁ, ସଂପାଦକ ବସନ୍ତ କୁମାର ସ୍ୱାଇଁ, ମନ୍ଦିର କମିଟି ସଭାପତି ସନ୍ତୋଷ କୁମାର ପ୍ରଧାନ, ଆଧ୍ୟାତ୍ମିକପ୍ରେମୀ ରମେଶ ଚନ୍ଦ୍ର ବରାଡ, ବିନାୟକ ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଟୁକୁନା ମହାରଣା, ପ୍ରଶାନ୍ତ କୁମାର ସ୍ୱାଇଁ, ଶଙ୍କର ଡାକୁଆ, ସୁନିଲ୍‍ କୁମାର ପ୍ରଧାନ, ସୁଶାନ୍ତ କୁମାର ବରାଡ, ଇନ୍ଦ୍ରମଣି ପ୍ରଧାନ, ଗୌରଚନ୍ଦ୍ର ସ୍ୱାଇଁ, ଦୀପକ କୁମାର ପ୍ରଧାନ, ଶରତ କୁମାର ବରାଡ, ତାରକେଶ୍ୱର ଦୋରା, ତୁଷାରକାନ୍ତ ସ୍ୱାଇଁ, ହରିହର ସ୍ୱାଇଁ, ଅରୁଣ କୁମାର ସ୍ୱାଇଁ, ପାଣ୍ଡବ କୁମାର ସ୍ୱାଇଁଙ୍କ ସମେତ ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟିର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ମନ୍ଦିର ପ୍ରତିଷ୍ଠା ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଜଣାପଡିିଛି । ଐତିହ୍ୟ ଓ ସଂସ୍କୃତି ସଂପନ୍ନ ଏବଂ ଭାଇଚାରାର ଗ୍ରାମ ରୂପେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଆସିକା ବ୍ଳକ ଅନ୍ତର୍ଗତ ବେଣାପାଟ ଗ୍ରାମରେ ଆସନ୍ତା ୪ ତାରିଖ ଠାରୁ ଦୀର୍ଘ ୫ ଦିନବ୍ୟାପୀ ଅର୍ଥାତ୍‍ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପ୍ରତିଷ୍ଠା ପାଇଁ ଏବେଠୁ ମନ୍ଦିର ପରିସର ନବବଧୂ ପରି ସଜେଇ ହେବାରେ ଲାଗିଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ