ସାବିତ୍ରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ତାଳପଦାସ୍ଥିତ ସାବିତ୍ରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଉଷାଲତା ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ସାଧନ ସଂଯୋଜକ ହରେକୃଷ୍ଣ ଆପଟ୍ଟ, ଏବିଇଓ ଭାଗିରଥି ପାତ୍ର, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଧନେଶ୍ୱର ଜେନା, ସିଆରସିସି ଅଶୋକ କୁମାର ଦାସ, ମୋ ସ୍କୁଲ ଅଭିଯାନର ସଭାପତି ଅବ୍ୟକ୍ତ ଧଳ, ୱାର୍ଡ ସଭ୍ୟା ଭାରତୀ ଧଳ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ପ୍ରଧାନ ସ୍ୱାଗତ ଭାଷଣ, ଶିକ୍ଷୟିତ୍ରୀ ରଶ୍ମିତା ପରିଡା ଅତିଥି ପରିଚୟ, ଶିକ୍ଷକ ସୁକାନ୍ତ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଶିକ୍ଷକ ସୁକାନ୍ତ କୁମାର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କଯାଇଥିଲା ।


