କଲ୍ୟାଣସିଂହପୁର ବ୍ଲକରେ ଭୁଶୁଡ଼ି ଗଲାଣି ଉଠାଜଳସେଚନ ବ୍ୟବସ୍ଥା
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): କ୍ଷେତକୁ ପାଣି ଚାଷୀକୁ ଦାନା ଯୋଗାଇବା ପାଇଁ ସରକାର ଯୋଜନା ଉପରେ ଯୋଜନା କରିଛନ୍ତି। କୋଟି କୋଟି ଟଙ୍କା ମଧ୍ୟ ପାଣି ଭଳିଆ ଖର୍ଚ୍ଚ କରିଚୁନ୍ତି। ବାସ୍ତବରେ ସମ୍ପୂର୍ଣ ଭିନ୍ନ ! ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ହଜାର ହଜାର ଲୋକ ଚାଷ ଉପରେ ନିର୍ଭର କରନ୍ତି। ଧାନଠାରୁ ଆରମ୍ଭ କରି ତୈଳବିଜ, ଡାଲିଜାତୀୟ ଶସ୍ୟ ସୁବକିଛି ଏହି ବ୍ଲକ୍ରେ ଚାଷ ହେଉଛି। ହେଲେ ଚାଷୀଙ୍କ ସୁବିଧା ପାଇଁ ବିଶେଷ କିଛି ନାହିଁ | ଖାସ କରି ବ୍ଲକରେ ବିଭିନ୍ନ ସ୍ଥାନରେ ଉଠା ଜଳସେଚନ ବ୍ୟବସ୍ଥା କରିଥିଲେ ମଧ୍ୟ ସମ୍ପୂର୍ଣ ଭୁଶୁଡ଼ି ଗଲାଣି।ଏହି ବ୍ଲକ୍ରେ ମାଳମାଳ ଉଠା ଜଳସେଚନ (ଏଲ୍ଆଇ ପଏଣ୍ଟ) ପ୍ରକଳ୍ପ ଥିବାବେଳେ ସେଥିରୁ ହାତଗଣତି ଗୋଟିଏ କି ଦୁଇଟି ପଏଣ୍ଟ ଚାଲୁଥିବା ବେଳେ ବାକି ସବୁ ଅଚଳ ହୋଇ ଜରାଜୀର୍ଣ୍ଣ ହୋଇପଡ଼ିଛି। ବ୍ଲକର ୧୪ଗୋଟି ପଞ୍ଚାୟତ ରହିଥିଲେ ମଧ୍ୟ ପାର୍ଶାଲିକୁ ଛାଡିଦେଲେ ପ୍ରାୟ ୧୩ ଗୋଟି ପଞ୍ଚାୟତରେ ଏଲ୍ଆଇ ପଏଣ୍ଟ ଥିବାବେଳେ ଅଧିକାଂଶ ଅଚଳା ଅବସ୍ଥାରେ।ବ୍ଳକର ସମସ୍ତ ୧୪ ଗୋଟି ପଞ୍ଚାୟତରେ ଏଭଳି ସ୍ଥିତି ରହିଥିବାରୁ ଚାଷୀମାନେ ଆବଶ୍ୟକ ବେଳେ ପାଣି ପାଉନାହାନ୍ତି। ଏନେଇ କାହାକୁ ଅଭିଯୋଗ କଲେ କେହି କିଛି କରୁ ନାହାନ୍ତି ଓ ଚାଷୀଙ୍କ ପରିଚାଳନା ଜାଣି ପାରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। କାଣର ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଦିନେ ହେଲେ ବି କେହି ଅଧିକାରୀ କ୍ଷେତ୍ର ପରିଦର୍ଶନରେ ଆସିନାହାନ୍ତି। ଏପରିକି ଉଠା ଜଳସେଚନ ବିଭାଗ କାର୍ଯ୍ୟାଳୟ କେଉଁଠି ଅଛି ସେ କଥାବି ଅନେକ ଚାଷୀ ଜାଣନ୍ତିନି।୫ ବର୍ଷ ପୂର୍ବେ ନାରାୟଣପୁର ପଞ୍ଚାୟତର, ସୁନାଖଣ୍ଡି, ପୂଜାରୀଗୁଡା, ପଲମା ମାଝୀଗୁଡା, ବୁଡ଼ାଗୁଡା ଶିକର ପାଇ, କଲ୍ୟାଣସିଂହପୁର ସିଙ୍ଗାରି, ପଂଚାୟତ ରେ ପାଞ୍ଚ କୋଟି ଟଙ୍କାରୁ ଅଧିକ ଖର୍ଚକରୀ ଉଠା ଜଳ ସେଚନ ପ୍ରକଳ୍ପ ନିର୍ମାଣ କରିଥିଲେ ସରକାର। କିନ୍ତୁ ବିଭଗୀୟ ଅଧିକାରୀଙ୍କ ଇଛା ଶକ୍ତି ନଥିବାରୁ ଜେମିକୁ ପାଣି ମାଡୁନୀ ଓ ମଟରକୁ ବିଜୁଳି ଲାଗୁନି ବୋଲି କିଛି ଚାଷୀ କହୁଛନ୍ତି। ବ୍ଲକ ଠାରେ କାର୍ଯ୍ୟାଳୟ ନଥିବା ବେଳେ ଜିଲ୍ଲାର କେଉଁ ଗଳିରେ କନ୍ଦୀରେ ଅଛି ଚାଷୀ କାର୍ଯ୍ୟାଳୟ ଖୋଜି ପାଉନାହାନ୍ତି ବୋଲି ପ୍ରମୁଖ ଚାଷୀ ସିଧାସଳଖ ଅଭିଯୋଗ କରୁଛନ୍ତି। ଏ ସମ୍ପର୍କରେ ମତାମତ ପାଇଁ ଉଠା ଜଳସେଚନ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରିଙ୍କୁ ଯୋଗାଯୋଗ କରାଯାଇଥିଲା ମଧ୍ୟ ସେ ଫୋନ୍ ଉଠାଇ ନଥିଲେ । ଅଧିକାଂଶ ଏଲ୍ଆଇ ପଏଣ୍ଟ ଅଚଳ ଅଭିଯୋଗ ଶୁଣିବାକୁ କେହି ନାହାନ୍ତି। ବିଭିନ୍ନ ନାଳ, ନାଗାବିଳି ଓ କଲ୍ୟାଣୀ ନଦୀରେ କୋଟି କୋଟି ଟଙ୍କା ଖର୍ଚକରି ଚେକ ଡେମ କରୁଛନ୍ତି। ପ୍ରବର୍ତ୍ତୀ ସମୟରେ ଉଠା ଜଳ ସେଚନ ମାଧ୍ୟମରେ ପାଣି ଉଠେଇ ଜମିରେ ଚାଷ କାର୍ଯ୍ୟରେ ଲାଗିବ ବୋଲି। କିନ୍ତୁ ବାସ୍ତବରେ ସମ୍ପୂର୍ଣ ଭିନ୍ନ। ଟେଣ୍ଡର ମାଧ୍ୟମରେ ଜାଲିଆତି କରି ଠିକାଦାର ଓ ଅଧିକାରୀଙ୍କ ମଧ୍ୟରେ ସାଣ୍ଠ ଗାଣ୍ଠ ହୋଇ ଚେକ ଡେମର ଟଙ୍କା ଓ ମଟର ବିଜୁଳି ଓ ଅନ୍ୟାୟ ମାମଗ୍ରୀ କିଣି ଟଙ୍କା ଲୁଟିବା ଭଳିଆ ପରିସ୍ଥିତି ସୃଷ୍ଟି କରି ଆମସ୍ତ ପ୍ରକଳ୍ପକୁ ଅଚଳ କରିଦେଇ ଥିବାରୁ ଜେମିକୁ ପାଣି ମାଡୁନିକି ଉଭୟ ଚେକ ଡେମ ଓ ଉଠା ଜଳସେଚନ ପ୍ରକଳ୍ପ କାମରେ ଆସୁନି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।


