ଅପରେସନ ସାଇବର କବଚ: ଜଣେ ଗିରଫ
ଛତ୍ରପୁର, (ଓ୍ବାଇଏନଏସ) : ସାଇବର ଅପରାଧି ବର୍ତମାନ ସମାଜ ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଛି । ଏହା କେବଳ ଜନସେଚତନା ହିଁ ରୋକିବାରେ ସଫଳ ହେବ । ଦୈନିକ କିଏ ନା କିଏ ସାଇବର ଠକେଇର ଶିକାର ହୋଇଥାନ୍ତି । ସାଇବର ଅପରାଧି ଉପରେ ଲଗାମ ଲଗାଇବା ପାଇଁ ଓଡିଶା ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ସାଇବର କବଚ । ଏହି ଅବସରରେ ଗଞ୍ଜାମ ଏସପି ସୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ସବୁ ଥାନା ପକ୍ଷରୁ ଏହି ଅପରେସନ ଜାରି ରହିଛି । ବେନାମୀ ବ୍ୟାଙ୍କ ଆକଉଂଟ (ମ୍ୟୁଲ ଆକଉଂଟ) ଖାତା ଖୋଲି ବେଆଇନ ଭାବେ ଟଙ୍କାକାରବାର କରାଯାଉଛି । ଜଣେ ବ୍ୟକ୍ତି ମଧ୍ୟସ୍ଥି ସାଜି ମ୍ୟୁଲ ଆକଉଂଟ ରେ କରି ବେନିୟମ ଭାବେ ଟଙ୍କା କାରବାର ହେଉଥିବା ନେଇ ଜଣକୁ ଗିରଫ କରିଛି ଛତ୍ରପୁର ପୁଲିସ । ଗିରଫ ଯୁବକ ଜଣକ ହେଲେ ପାତ୍ର ସାହିର ରୋହିତ ବେହେର । ସେ ମଧ୍ୟସ୍ଥି ସାଜି କିଛି ବ୍ୟକ୍ତିଙ୍କ ନାମରେ ମ୍ୟୁଲ ଆକଉଂଟ ଖୋଲି ବେନିୟମ ଭାବେ ଟଙ୍କା କାରବାର କରୁଥିବା ପୁଲିସ ପକ୍ଷରୁ କୁହାଯାଇଛି । ସେ ଗୋଟି ମ୍ୟୁଲ ଆକଉଂଟ ଖୋଲିଲେ ମାଷ୍ଟର ମାଇଣ୍ଡ ଠାରୁ କିଛି ଟଙ୍କା ପାଇଥାଏ । ଏବଂ ଯେଉଁ ଖାତା ଖୋଲାଯାଇଥିବ ତାହାକୁ ମାଷ୍ଟର ମାଇଣ୍ଡ ପାଖକୁ ପଠାଯାଇଥାଏ । ତେବେ ଏହି ମ୍ୟୁଲ ଆକାଏଂଟର ଚେର କେଉଁ କେଉଁ ଯାଏଁ ଲମ୍ବିଛି ଓ କେଉଁ ସାଇବର ଅପରାଧି ପାଇଁ ଏସବୁ ଆକଉଂଟକୁ ବ୍ୟବହାର କରାଯାଇଛି ସେ ଦିଗରେ ଛତ୍ରପୁର ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ଗୋଟିଏ ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି । କିଛି ବେକାର ଯୁବକ/ଯୁବତୀ ମାନଙ୍କୁ କିଛି ଆର୍ଥିକ ଲୋଭ ଦେଖାଇ ବ୍ୟାଙ୍କ ଖାତା ଖୋଲି ସେହି ଖାତା ଜରିଆରେ ବେଆଇନ ଟଙ୍କା କାରବାର ହୋଇଥାଏ । କିଛି ଦିନ ତଳେ ଛତ୍ରପୁର ପୁଲିସ ମଧ୍ୟ ୪ ଜଣକୁ ଗିରଫ କରି ଦୁଇ ପାସ ବୁକ ଜବତ କରିଥିବା ବେଳେ ଏହାର ମାଷ୍ଟର ମାଇଣ୍ଡ ଦିଲ୍ଲି ରେ ରହୁଥିବା ବେଳେ ତାକୁ ଗିରଫ କରିପାରିନାହିଁ ।


