ସ୍ମାଇଲ ଫର ଅଲ୍ ଫାଉଣ୍ଡେସନ ତରପରୁ “ପେଟ କେ ମୁଠେ” ଅଭିଯାନ ପାଇଁ ମନ୍ତ୍ରୀଙ୍କ ସହ ଆଲୋଚନା
ବଲାଙ୍ଗିର,(ଓ୍ବାଇଏନଏସ): ଓଡିଶାର ପଂଚାୟତରାଜ ଏବଂ ଗ୍ରାମ୍ୟ ଜଳ ଯୋଗାଣ ମନ୍ତ୍ରୀ ରବି ନାଏକ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ରେ ଆସିଥିଲେ । ବଲାଙ୍ଗିର ସାର୍କିଟ ହାଉସ ଠାରେ ସ୍ମାଇଲ ଫର ଅଲ୍ ଫାଉଣ୍ଡେସନ ସଂଗଠନର ପାଂଚ ଜଣିଆ ପ୍ରତିନିଧି ଦଳ ପଂଚାୟତିରାଜ ଏବଂ ଗ୍ରାମ୍ୟ ଜଳ ଯୋଗାଣ ମନ୍ତ୍ରୀଙ୍କୁ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟତଃ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ରେ ସ୍ୱାସ୍ଥ୍ୟ ଚିକିତ୍ସା ଆରମ୍ଭ ହୋଇଥିଲେ ମଧ୍ୟ “ଆହାର କେନ୍ଦ୍ର” ବର୍ତ୍ତମାନ ସୁଦ୍ଧା ଆରମ୍ଭ କରାଯାଇନାହିଁ । ସେଥି ପାଇଁ ଆସୁଥିବା ରୋଗୀ ଏବଂ ସମ୍ପର୍କୀୟ ଖାଦ୍ୟଭାବ ରୁ ଅସୁବିଧା ର ସମ୍ମୁଖିନ ହେଉଛନ୍ତି । ତତ୍ ସହିତ ବଲାଙ୍ଗିର ମ୍ୟୁନିସିପାଲଟି ଅଂଚଳରେ ଅନେକ ଅସହାୟ, ନିସ୍ପେଷିତ, ପିଲା ଛୁଆ ନ ଥିବା, ବୟସାଧିକ ଯୋଗୁଁ କାର୍ଯ୍ୟକ୍ଷମ ନ ଥିବା ବୃଦ୍ଧବୃଦ୍ଧା ବ୍ୟକ୍ତି ଅଛନ୍ତି ସେମାନଙ୍କୁ ଦୁଇ ବେଳେ ର ଖାଦ୍ୟ ମିଳୁନଥିବାରୁ ସ୍ମାଇଲ ଫର୍ ଫାଉଣ୍ଡେସନ ସ୍ୱେଚ୍ଛାସେବୀ ମାନଙ୍କ ପାଖକୁ ଖବର ଆସିଥିଲା । ସଂଗଠନ ର ବନ୍ଧୁମାନେ ତୁରନ୍ତ ବିଚାର କୁ ନେଇ ନିଜ ସଂଗଠନ ତରଫରୁ “ପେଟ କେ ମୁଠେ” ନାମକ ଅଭିଯାନ ଆରମ୍ଭ କରିଦେଇଛନ୍ତି । ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ସମୟ ଆସୁଥିବାରୁ ସଚ୍ଚୋଟତାର ସହ ଲୋକଙ୍କର ଜୀବନ ଜୀବିକାରେ ଖାଦ୍ୟର ଅଭାବ ନ ରହୁ ମାନ୍ୟବର ମନ୍ତ୍ରୀ ସ୍ମାଇଲ ଫର ଅଲ୍ ର “ପେଟ କେ ମୁଠେ” ଅଭିଯାନକୁ ସହଯୋଗ ହେବ ବୋଲି ମତବ୍ୟକ୍ତ କରିଥିଲେ ଏବଂ ସରକାରଙ୍କ ତରଫରୁ ପୂର୍ଣ୍ଣ ସହଯୋଗର ପ୍ରତିଶୃତି ଦେଇଥିଲେ । ଏହି ସାକ୍ଷାତ ରେ ସ୍ମାଇଲ ଫର ଅଲ୍ ଫାଉଣ୍ଡେସନ ର ସଭାପତି ସାମସନ ମିସାଲ, ସଂପାଦକ ସଞ୍ଜିବ କୁମାର ସାହୁ (ରାଜୁ), କୋଷାଧ୍ୟକ୍ଷ ଜୟକୃଷ୍ଣ ମିଶ୍ର, ବିଶ୍ୱଜିତ ନାଥ, ପୁରୁଷୋତ୍ତମ ସାହୁ, ପ୍ରଶାନ୍ତ ନାୟକ, ଅଘରିଆ ସମାଜ ରୁ ଶୁଭ୍ରାଂଶୁ ପଟେଲ ଓ ସୁରେଶ ବାଗ ଉପସ୍ଥିତ ଥିଲେ ।


