ଟ୍ରିବୁନାଲଙ୍କ ପିକନିକ ଗସ୍ତ ପ୍ରତିବାଦରେ ଗଡ଼ଗଡିଆରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ସତ୍ୟାଗ୍ରହ

କଟକ, (ଓ୍ବାଇଏନଏସ) : ଆଜି ଗଡ଼ଗଡିଆ ଘାଟଠାରେ ମହାନଦୀ ଟ୍ରିବୁନାଲଙ୍କ ପାରିବାରିକ ବିଳାସମୟ ପିକନିକ ଗସ୍ତ ପ୍ରତିବାଦରେ ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱ ରେ ମହାନଦୀ ସତ୍ୟାଗ୍ରହ ଆୟୋଜନ କରିଥିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ l ସତ୍ୟାଗ୍ରହରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଯୋଗ ଦେଇ ଓଡିଶାର ପ୍ରମୁଖ ସମସ୍ୟା ମହାନଦୀ ପାଇଁ ଟ୍ରିବୁନାଲ ଏବଂ କେନ୍ଦ୍ର ସରକାରଙ୍କୁ ନିଦରୁ ଉଠାଇବା ପାଇଁ ରାଜ୍ୟର ପଲ୍ଲୀ ଠୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ l ବିଶିଷ୍ଟ ଚିତ୍ର ଶିଳ୍ପୀ ଶ୍ରୀ ରବି ରଥ ମହାନଦୀ ର ବର୍ତମାନ ସ୍ଥିତିକୁ ଦେଖି ଉଦବେଗ ପ୍ରକାଶ କରିବା ସହିତ ତୁଳୀ ଓ କ୍ୟାନଭାସ ରେ ଅଭିନଵ ପ୍ରତିବାଦ ପାଇଁ ପ୍ରସ୍ତାବ ଦେଇଥିଲେ l ଭୁବନେଶ୍ୱର ରେ ଚିତ୍ରକର ମାନଙ୍କୁ ଏହି କାର୍ଯ୍ୟକ୍ରମ ହେବ ବୋଲି ସଭାରେ ଘୋଷଣା କରିଥିଲେ l ବାରବାଟୀ କଟକ ବିଧାୟିକା ତଥା ଆପୋଷ ସମାଧାନ ପାଇଁ ସରକାରଙ୍କ ଦ୍ୱାରା ଗଠିତ କମିଟିର ସଦସ୍ୟ ସୋଫିଆ ଫିର୍ଦୋଷ ଟ୍ରିବୁନାଲ ଗସ୍ତ ସମ୍ପର୍କରେ ସୂଚନା ପାଇ ନାହାନ୍ତି ବୋଲି କହିବା ସହ ଓଡିଶାର ଜୀବନ ରେଖା ମହାନଦୀର ଜଳ ପ୍ରବାହ ପାଇଁ ବିଧାନସଭା ରେ ସେ ଲଢ଼ିବା ସହିତ କଟକ ବାସୀଙ୍କୁ ଜୋରଦାର ପ୍ରତିବାଦ ପାଇଁ ନିବେଦନ କରିଥିଲେ l ମହାନଦୀ ଟ୍ରିବୁନାଲ ୨୬ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଓଡିଶା ଗସ୍ତରେ ଆସିଛନ୍ତି l ପୂର୍ବରୁ ମଧ୍ୟ ୨୦୨୩ ମସିହାରେ ଟ୍ରିବୁନାଲର ଓଡିଶା ଗସ୍ତରେ ୫ କୋଟି ଟଙ୍କା ଓଡିଶା ସରକାରଙ୍କ ଖର୍ଚ୍ଚ ହୋଇଥିଲା l ମହାନଦୀ ଟ୍ରିବୁନାଲଙ୍କ ଗସ୍ତ ପିକନିକ ପାଇଁ ନୁହଁ, ପ୍ରଣୟର ମଙ୍ଗଳିକ ବୋଲି ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କହିବା ଦୁର୍ଭାଗ୍ୟ ଜନକ ଲ ଟ୍ରିବୁନାଲ ଗସ୍ତ କୁ “ପିକନିକ ‘ କହିବାର କାରଣ ଟ୍ରିବୁନାଲର ୧୦ ଜଣ ମେମ୍ବର ଙ୍କ ଭିତରୁ ୪ ଜଣ ହେଉଛନ୍ତି ମେମ୍ବର ମାନଂକର ପରିବାର ଲୋକ ଏବଂ ହୀରାକୁଦ କୁ ଛାଡିଦେଲେ ଅନ୍ୟ ସ୍ଥାନ ଗୁଡିକ ମହାନଦୀର ସ୍ଥିତି ଆକଳନ ପାଇଁ ନୁହଁ l କେବଳ ପିକନିକ ବା ପର୍ଯ୍ୟଟନ ସ୍ଥଳୀ l ୨୦୨୩ ରେ ୫ କୋଟି ଏବେ କେତେ ଖର୍ଚ୍ଚ ହେବ ମେ ଫେୟାର ହୋଟେଲ ର ବ୍ୟୟ ବହୁଳ ରହଣି ବା ତାଙ୍କ ଥାଟ ବାଟରୁ ଜଣାପଡୁଛି l ବିଳାସ ପୁର୍ଣ ରାଜ୍ୟ ସରକାରଙ୍କ ଅତିଥିଭବନ ଥୁବା ବେଳେ ଫାଇଭ ଷ୍ଟାର ହୋଟେଲରେ ରହଣି କଣ ପାଇଁ ? ଏ ଜି ୟା ଉପରେ ସ୍ପଷ୍ଟୀକରଣ ଦେଇଥିଲେ ଠିକ ହୋଇ ଥାଆନ୍ତୁl l ଯାହା ସେ ଦେଇ ନାହାନ୍ତି l ଶ୍ରୀ ଆଚାର୍ଯ୍ୟ ‘ପ୍ରଣୟ’ କଥା ରେ ଓଡିଶା ଓ ଛତିଶଗଡ଼ ଭିତରେ କନ୍ୟା କଣ ରାଜି ହେଉନି କି ବୋଲି ପ୍ରଶ୍ନ କରିଛି ମହାବାଦୀ ବଞ୍ଚାଓ ଆନ୍ଦୋଳନ l ଆପୋଷ ଆଲୋଚନାକୁ ସ୍ୱାଗତ କରୁଛୁ ମାତ୍ର ଆଜି ପର୍ଯ୍ୟନ୍ତ ଆପୋଷ ଆଲୋଚନା ର ଅଗ୍ରଗତି ହୋଇ ପାରୁନାହିଁ କାହିଁକି ? ମନ୍ତ୍ରୀ ସ୍ତରୀୟ କମିଟି କାହିଁକି ଛତିଶଗଡ଼ ଗସ୍ତକୁ ବାତିଲ କଲା ? ଛତିଶଗଡ଼ ଆପୋଷ ସମାଧାନକୁ ସମର୍ଥନ ଓ ସହଯୋଗ ଦେଉନାହିଁ କି? ଓଡିଶା ପରି କମିଟି ଛତିଶଗଡ଼ ଗଠନ କଲାଣି କି ? ଉତ୍ତର ଆଡ଼ଭୋକେଟ ଜେନେରାଲ ତାଙ୍କ ବକ୍ତବ୍ୟ ରଖନ୍ତୁ ବୋଲି ପ୍ରଶ୍ନ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ l  ଟ୍ରିବୁନାଲ ପାଖରୁ ଏକ ମଧ୍ୟବର୍ତ୍ତୀ କାଳୀନ ଆଦେଶ ରେ ଅଣ ମୌସୁମୀ ସମୟରେ ହୀରାକୁଦ ତଥା ମହାନଦୀର ଆବଶ୍ୟକ ପାଣି ଛାଡିବାକୁ ଛତିଶଗଡ଼ କୁ ନିର୍ଦେଶ ଦେବାର ଦାୟିତ୍ୱ ବହନ କରନ୍ତୁ ବୋଲି ସଂଗଠନ କହିଛି l କଲମା ବ୍ୟାରେଜ ପାଖରେ ନଦୀର ତଣ୍ଟି ଚିପିବା କାର୍ଯ୍ୟ ରୁ ନିବୃତ ରହିବାକୁ ଛତିଶଗଡ଼କୁ ଟ୍ରିବୁନାଲ ନିର୍ଦେଶ ଦିଅନ୍ତୁ ବୋଲି ଆବାହକ ସୁଦର୍ଶନ ଦାସ କହିଛନ୍ତି l ଟ୍ରିବୁନାଲ ପାଣି ଅଭାବରୁ ପ୍ରଭାବିତ ଅଂଚଳ ନଯାଇ ହୀରାକୁଦ ଡ୍ୟାମ, ଦିବ୍ରୁଗଡ଼ ଜଙ୍ଗଲ, ସମଲେଇ, ପୁରୀ ଜଗନ୍ନାଥ, ଲିଙ୍ଗରାଜ, କୋଣାର୍କ ଓ ଚିଲିକା ବୁଲିବାର କାର୍ଯ୍ୟକ୍ରମ ରହିଛି l ଏଥିରୁ ସିଧା ଜଣା ହେଉଛି ଏହା ପିକନିକ, ଏସ୍କାର୍ଶନ ବା ବିଳାସ ମୟ ଭ୍ରମଣ l ପରିବାର ଧରି ଓଡିଶା ସରକାରଙ୍କ ଟିକସ ପଇସାରେ ମଉଜ କରିବାକୁ ମହାନଦୀ ବଞ୍ଚାଅ ବିରୋଧ କରୁଛି l ଆଜି କଟକ ସମେତ କନକତୋରା ଏବଂ ଆଠମଲ୍ଲିକ ରେ ସଂଗଠନ ତରଫରୁ ବିରୋଧ ପ୍ରଦର୍ଶନ ହୋଇଛି l ଆଗକୁ ଭୁବନେଶ୍ୱର, ଝାରସୁଗୁଡା, ସମ୍ବଲପୁର, ସୋନପୁର, କଟକ, ପାରାଦ୍ୱୀପ, ବାଙ୍କୀ କୋଣାର୍କ, ଆଦି ପ୍ରାୟ ଦଶରୁ ଉର୍ଦ୍ଧ ସ୍ଥାନରେ ପ୍ରତିବାଦ, ସତ୍ୟାଗ୍ରହ ଆଦି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତି ନେଇଛି ମହାନଦୀ ବଞ୍ଚାଅ ଆନ୍ଦୋଳନ l ସଂଗଠନର ସହ ଆବାହକ ଶ୍ରୀ ବାସୁଦେବ ଭଟ୍ଟ, ପ୍ରବକ୍ତା ପ୍ରସନ୍ନ ବିଶୋଇ, ଫୋରୱାର୍ଡ ବ୍ଲକ ନେତା ଜ୍ୟୋତି ମହାପାତ୍ରଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ସତ୍ୟାଗ୍ରହ ରେ କଟକ ଶତାଧିକ ଲୋକ ଯୋଗ ଦେଇଥିଲେ l ନାରୀ ନେତ୍ରୀ ଗିରିବାଳା ବେହେରା, କର୍ପୋରେଟର ସ୍ୱୟଙ୍ଗ ପ୍ରଭା ପଶlୟତ, ଜନାର୍ଦନ ପରିଡା , ନିକୁଞ୍ଜ ପଶlୟତ, ସୂର୍ଯ୍ୟକାନ୍ତ ରାଉତ, ଲିଜା ରାଣୀ ରାଉତ, ସୁରଜିତ ସାହୁ, ଅଜୟ ଗୋଛାୟତ ପ୍ରମୁଖ ବକ୍ତବ୍ୟ ରଖିଥିଲେ l ସେହିପରି ଝାରସୁଗୁଡାର କନକ ତୋରାରେ କୃଷକ ନେତା ବିରଞ୍ଚି ସାହୁ ଓ ଗୋପୀନାଥ ମାଝୀଙ୍କ ନେତୃତ୍ୱ ରେ ପ୍ରତିବାଦ ହୋଇଥିଲା ଲ ଆଠମଲ୍ଲିକରେ କଂଗ୍ରେସ ନେତା ତଥା ରାଜୀବ ଗାନ୍ଧୀ ପଂଚାୟତି ରାଜ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୁବାଷ ପ୍ରଧାନଙ୍କ ନେତୃତ୍ୱରେ ପ୍ରତିବାଦ ବିକ୍ଷୋଭ ମଧ୍ୟ ଅନୁଷ୍ଠିତ ହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ