ବଢୁଛି ତାତି: ନାଉଗାଁରେ ୫ଟି ରାଜସ୍ୱ ସର୍କଲରେ ଚିହ୍ନଟ ହେଲାଣୀ ୩୩ ଇଟାଭାଟି

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲରେ ଦିନକୁ ଦିନ ଇଟାଭାଟି ବୃଦ୍ଧି ପାଇବାରେ ଲାଗିଛି। ଏଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି କଡା ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଇଟା ମାଫିଆମାନେ ମନଇଚ୍ଛା ଇଟା ପକାଉଥିବା ଜଣାଯାଇଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକଙ୍କ ସୂଚନାନୁଯାୟୀ ଚଳିତ ବର୍ଷ ମାର୍ଚ୍ଚରୁ ମେ ମା ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ଅଧିକ ମାତ୍ରାରେ ତାପମାତ୍ରା ବୃଦ୍ଧି ପାଇବ। ଏହାସ୍ୱତେ ମନଇଚ୍ଛା ଇଟାଭାଟି ଲଗାଇଲେ ତାପମାତ୍ରା ଅତ୍ୟଧିକ ପ୍ରଭାବିତ ହେବ ବୋଲି ଜଣାଯାଇଛି। ତହସିଲ କାର୍ଯ୍ୟାଳୟର ସୂଚନାନୁଯାୟୀ ଏହି ତହସିଲ ଅଧିନରେ ୫ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ୩୩ଟି ବେଆଇନ ଇଟାଭାଟି ରହିଥିବା ବେଳେ ଏଥିମଧ୍ୟରୁ ୫ଟି ସରକାରୀ ଜାଗାରେ ରହିଛି। ଏଥିରେ ଡେରିକି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧଥନରେ ୧୩ଟି ଇଟାଭାଟି ଥିବା ବେଳେ ୨ଟି ସରକାରୀ ଜାଗାରେ ଇଟାଭାଟି ରହିଛି। ସେହିପରି ନାଉଗାଁ ରାଜସ୍ୱ ନିରୀକ୍ଷକଙ୍କ ଅଧିନରେ ୫ଟି ଥିବା ବେଳେ ସରକାରୀ ସ୍ଥାନରେ ୧ଟି , ନୂଆପାରୀରେ ୮ଟି ଇଟାଭାଟି ଥିବା ବେଳେ ସରକାରୀ ସ୍ଥାନରେ ୧ଟି, ଶିଖରରେ ୩ଟି ଇଟାଭାଟି ଥିବା ବେଳେ ସରକାରୀ ସ୍ଥାନରେ ୧ଟି ଏବଂ ଜାମୁଗାଁ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧନରେ ୪ଟି ଇଟାଭାଟି ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାରୀ ସ୍ଥାନରେ ଇଟା ପଡୁଥିବା ବେଳେ ରାଜସ୍ୱ ନିରୀକ୍ଷକମାନେ କିପରି ଜାଣି ପାରୁ ନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାରୀ ନୟମକୁ ନ ମାନି ମନଇଚ୍ଛା ଇଟା ପକାଯାଉଥିବା ଇଟାଭାଟିକୁ ବନ୍ଦ କରିବା ପାଇଁ ବୁଦ୍ଧିଜୀବୀମାନେ ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି। ଅନ୍ୟପଟରେ ଜଗତସିଂହପୁର ଜିଲ୍ଲାର ଅନ୍ୟ ତହସିଲ କାର୍ଯ୍ୟାଳୟ ଗୁଡିକରେ ପ୍ରଶାସନ ପକ୍ଷରୁ ଇଟାଭାଟି ଗୁଡିକ ଉପରେ ଚଢାଉ କରାଯାଇ ଇଟାଭାଟିକୁ ନଷ୍ଟ କରାଯାଉଥିବା ବେଳେ ନାଉଗାଁ ତହସିଲ ପକ୍ଷରୁ ଇଟାଭାଟି ମାଲିକଙ୍କ ଉପରେ କୋହଳ ମନୋଭାବା ପୋଷଣ କରାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏବିଷୟରେ ତହସିଲଦାର ଅକ୍ଷୟ କୁମାର ବଡୁଙ୍କୁ ପଚାରିବାରେ ସମସ୍ତ ସର୍କଲର ଆରଆଇଙ୍କ ଠାରୁ ରିପୋର୍ଟ ଆସିଛି, ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ