ଦୋଳ ପୂର୍ଣ୍ଣିମା ଓ ହୋଲି : ଗ୍ରହଣ ଲାଗୁଥିବାରୁ ଗୋଟିଏ ଦିନ ପୂର୍ବରୁ ନୀତିକାନ୍ତି
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-ଦୋଳ ପୂର୍ଣ୍ଣିମା ପୂର୍ବ ଦିନରୁ ଅନୁଷ୍ଠିତ ହେଲା ନୀତିକାନ୍ତି। ପବିତ୍ର ଦୋଳ ପୂର୍ଣ୍ଣିମା ରେ ଗ୍ରହଣ ଲାଗୁଥିବାରୁ ମଙ୍ଗଳବାର ସନ୍ଧ୍ୟା ରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ।ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ପର୍ବର ପ୍ରାଧାନ୍ୟ ବେଶୀ। ଫାଲ୍ଗୁନ ଦଶମୀ ତିଥିରୁ ସାଧାରଣତଃ ଗୋବିନ୍ଦଙ୍କର ଯାତ୍ରା ଏବଂ ଗ୍ରାମ ପରିକ୍ରମା ଆରମ୍ଭ ହୋଇଥାଏ। ଶ୍ରୀରାଧାକୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି ଝୁଲଣ ମଣ୍ଡପରେ ଦୋଳି ଝୁଲିବା ସହିତ ସୁସଜ୍ଜିତ ବିମାନରେ ବିଜେ କରନ୍ତି।ଶ୍ରୀରାଧାକୃଷ୍ଣ ବିମାନରେ ବିରାଜମାନ ହୋଇ ଘରେ ଘରେ ଭୋଗ ଖାଆନ୍ତି। ଦୋଳ ପଡିଆ ବା ମେଳନ ପଡିଆରେ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନର ମେଳନ ହୁଏ। ଦୋଳଯାତ୍ରାର ଅନ୍ୟତମ ପ୍ରଧାନ ବିଭବ ହେଉଛି ରଙ୍ଗ ଖେଳ। ଦୋଳ ପୂର୍ଣ୍ଣିମାର ପର ଦିନ ରଙ୍ଗର ପର୍ବ ହୋଲି ପାଳିତ ହୁଏ। ଆଧାତ୍ମିକ ଭାରତ ବର୍ଷର ବିଭବ କୁ ଦେଖିଲେ ସବୁଆଧ୍ୟାତ୍ମିକ ଭାରତ ବର୍ଷର ବିଭବକୁ ଦେଖିଲେ ସବୁ ସମ୍ପ୍ରଦାୟ ହୋଲିକୁ ଆନନ୍ଦ ଓ ଭାତୃତ୍ୱର ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ଦୋଳ ପୂର୍ଣ୍ଣିମା ହେଉଥିବା ବେଳେ ଶିଶୁଅ ପଂଚାୟତ ବଡ଼ଓଲା ନିକଟରେ ଗୋସିଙ୍ଗା, ତିରିକଣା, ବଙ୍କୁରୀ, ଶିଶୁଅ, ହଳଦୀଗୋରଡା ଦୋଳ ବିମାନ ଏକତ୍ରିତ ହେଉଥିବା ବେଳେ ମଙ୍ଗଳବାର ଅପରାହ୍ନ ରେ ଗୋପାଳ ମାନେ ନିକଟସ୍ତ ନଦୀରୁ କଳସି ମାଧ୍ୟ୍ୟମରେ ଜଳଆଣି ଘଟ ସ୍ଥାପନ କରିଥିଲେ। ସେହିଭଳି ମାଣ୍ଡୁକି ପଂଚାୟତ ମାଣ୍ଡୁକି ରେ ସରିପୁର ଅପାଖୋର, ସରିପୁର ହରିବଂଶ, କେନ୍ଦ୍ରାପଟି, ଜିଓଳ ଓ ଗୁଡ଼ୁବଣି ଦୋଳ ଏକତ୍ରିତ ହୋଇ ଥାଏ। ଭାଇଚାରା ବାର୍ତ୍ତା ନେଇ ଗୋଷ୍ଟି ଗୋଷ୍ଟି ବା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ଏହି ପର୍ବ ଗ୍ରାମର ପିଲା ଠାରୁ ବୁଢା ଯାଏଁ ସଭିଙ୍କ ମନରେ ଭରି ଦେଇଛି ଆନନ୍ଦ ଉଲ୍ଲାସ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳର ହରମନ ପ୍ରଧାନ ।ବିଭିନ୍ନ ରାଜ୍ୟରେ ନାନା ଢଙ୍ଗରେ ହୋଲି ଉତ୍ସବ ପାଳନ କରାଯାଏ। କିଛି ରାଜ୍ୟରେ ହୋଲି ଉତ୍ସବର ନାଁ ମଧ୍ୟ ଭିନ୍ନ। ପଶ୍ଚିମବଙ୍ଗରେ ‘ବସନ୍ତୋତ୍ସବ’, ମହାରାଷ୍ଟ୍ରରେ ‘ରଙ୍ଗପଞ୍ଚମୀ’, ପଞ୍ଜାବରେ ‘ହୋଲା ମହୋଲା’ ଓ ତାମିଲନାଡୁରେ ଏହା ‘କାମ-ଦହନ’ ନାମରେ ଜଣାଶୁଣା। ମଥୁରା ଅନ୍ତର୍ଗତ ବ୍ରଜରେ ଶ୍ରୀକୃଷ୍ଣ ଓ ଶ୍ରୀରାଧା ପ୍ରଥମେ ହୋଲି ଖେଳିଥିବାରୁ ତାହା ‘ବ୍ରଜ ହୋଲି’ ଭାବେ ପ୍ରସିଦ୍ଧ। ବୃନ୍ଦାବନରେ ଫୁଲରେ ହୋଲି ଖେଳାଯାଏ। ମହାରାଷ୍ଟ୍ରରେ ପାଞ୍ଚ ଦିନ ଧରି ହୋଲି ପାଳିତ ହୋଇଥାଏ। ଶେଷ ଦିନରେ ରଙ୍ଗ ଖେଳହୁଏ। ମାଠିଆ ଭଙ୍ଗା ଉତ୍ସବ ମଧ୍ୟ ହୋଲିର ଅନ୍ୟତମ ଆକର୍ଷଣୀୟ ପର˚ପରା। ମଥୁରା ଅନ୍ତର୍ଗତ ଦୁଇ ଗାଁ ବର୍ସନା ଓ ନନ୍ଦଗାଓଁରେ ପ୍ରଚଳିତ ଲାଠିମାର ହୋଲି ବେଶ ଲୋକପ୍ରିୟ। ଗାଁର ପୁରୁଷମାନେ ପଡ଼ୋଶୀ ଗାଁକୁ ରଙ୍ଗ ଖେଳିବାକୁ ଯାଇ ମହିଳାମାନଙ୍କଠାରୁ ଲାଠିମାଡ଼ ଖାଇଥାନ୍ତି। ଉଜ୍ଜୟିନୀର ସନ୍ନ୍ୟାସୀମାନେ ରଙ୍ଗ ବଦଳରେ ଗୋବରକୁ ରଙ୍ଗ ଭାବେ ବ୍ୟବହାର କରି ହୋଲି ଖେଳନ୍ତି।


