କିଡନୀ ରୋଗୀଙ୍କୁ ସହାୟତାର ହାତ ବଢାଇଲା ଟ୍ରଷ୍ଟ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କିଡନୀ ରୋଗୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତର ବାଲିଆ ଗ୍ରାମର ନୃସିଂହ ଚରଣ ନାୟକଙ୍କ ପୁତ୍ର ଦିପକ କୁମାର ନାୟକ କିଡନୀ ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କ ଚିକିତ୍ସା ନିମନ୍ତେ ସହାୟତାର ହାତ ବଢାଇଛି ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ଏସମ୍ପର୍କରେ ଜାଣିବା ପରେ ତାଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ। ଟ୍ରଷ୍ଟର ଟ୍ରଷ୍ଟି ଭୁବନମୋହନ ଦାସ ତାଙ୍କ ବାଲିଆସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ୩ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଟ୍ରଷ୍ଟ ପକ୍ଷରୁ ଗରୀବ ତଥା ଅସହାୟ ଲୋକମାନଙ୍କୁ ଆବଶ୍ୟକ ସମୟରେ ଆର୍ଥିକ ସହାୟତା ଏବଂ ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପାଠପଢିବା ପାଇଁ ମୋଧାବୃତ୍ତି ପ୍ରଦାନ କରାଯିବା ସହ ଘରପୋଡି, ବନ୍ୟା, ବାତ୍ୟା ଭଳି ଦୈବୀଦୂର୍ବିପାକ ସମୟରେ ମଧ୍ୟ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ, ବସ୍ତ୍ର, ରୋଷେଇ ସାମଗ୍ରୀ, ଚୂଡା,ଚାଉଳ, ବିସ୍କୁଟ, ରାସନ ପ୍ରଭୃତି ଏବଂ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦୀର୍ଘ ବର୍ଷ ଧରି ପ୍ରଦାନ କରାଯାଇ ଆସୁଅଛି। ଟ୍ରଷ୍ଟର ଏଭଳି ସମାଜସେବାମୂଳକ କାର୍ଯ୍ୟକୁ ଅନେକ ସମୟରେ ବହୁ ପ୍ରଶଂସା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ