ବିଜେପି ମାଲକାନଗିରି ଟିମ୍ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଏମ୍‌ଭି-୨୬ ଗ୍ରାମର ଅଭାବନୀୟ ଘଟଣାରେ ପ୍ରଭାବିତ ପରିବାରମାନଙ୍କୁ – ପ୍ରାରମ୍ଭିକ ଘୋଷଣା ଅନୁଯାୟୀ ଘର କ୍ଷତିପୂରଣ ବାବଦରେ ସର୍ବାଧିକ ₹୭୫,୦୦୦ ଓ ଦୋକାନ କ୍ଷତି ପାଇଁ ₹୨୦,୦୦୦ ଘୋଷଣା କରାଯାଇଥିଲା ଯାହା ପ୍ରଭାବିତମାନଙ୍କୁ ସନ୍ତୁଷ୍ଟ କରିନଥିଲା। ବିଜେପି ମାଲକାନଗିରି ଟିମ୍‌ର ଅନୁରୋଧ ପରେ ସରକାର ପୁନର୍ବିଚାର କରି ଉଚ୍ଚତର ସହାୟତା ପ୍ରଦାନ କଲେ।
ଗତ ୭ ଓ ୮ ଡିସେମ୍ବର ୨୦୨୫ରେ ଏମ୍‌ଭି-୨୬ ଗ୍ରାମରେ ଘଟିଥିବା ଦୁଃଖଦ ଘଟଣାରେ ପ୍ରାୟ ସମ୍ପୂର୍ଣ୍ଣ ଗ୍ରାମ ପ୍ରଭାବିତ ହୋଇଥିଲା। ଆମର ଅନୁରୋଧ ପରେ ବର୍ତ୍ତମାନ ସରକାର ଏହି ରାଶିକୁ ବଢ଼ାଇ ୪,୬୫,୪୭,୨୬୯ ଟଙ୍କାର କ୍ଷତିପୂରଣ ମଞ୍ଜୁର କରିଛନ୍ତି। ଏହି କ୍ଷତିପୂରଣ ବାବଦକୁ ଘୋଷଣା କରାଯାଇଥିବା ରାଶି ପୂର୍ବ ଘୋଷଣା ଅପେକ୍ଷା ୪ ଗୁଣାରୁ ଅଧିକ ଅଟେ ଯାହା ଜିଲ୍ଲାପାଳଙ୍କ ଦ୍ୱାରା ବଣ୍ଟନ କରାଯିବ। ଆମର ଅନୁରୋଧକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ଏହି ଉଚ୍ଚତର କ୍ଷତିପୂରଣ ମଞ୍ଜୁର କରିଛନ୍ତି। ଏହି ପଦକ୍ଷେପ ପାଇଁ ଆମେ ସରକାରଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛୁ।
କ୍ଷତିଗ୍ରସ୍ତ ଘରବାଡ଼ି, ଦୋକାନ, ଗୃହସ୍ଥାଳୀ ସାମଗ୍ରୀ, ଗାଡ଼ି, ପଶୁଧନ ଆଦିର କ୍ଷତି ପାଇଁ ଏହି କ୍ଷତିପୂରଣ ବ୍ୟବସ୍ଥା କରାଯାଇଛି। ତତ୍ସହିତ ମୃତ ଲାକେ ପଡିଆମିଙ୍କ ପରିବାରକୁ ୧୦ ଲକ୍ଷରେ ବୃଦ୍ଧିକରି ୨୦ ଲକ୍ଷ ଟଙ୍କା ପ୍ରଦାନ କରିବାର ସରକାର ନିର୍ଣ୍ଣୟ ନେଇଛନ୍ତି।
ବିଜେପି ମାଲକାନଗିରି ଟିମ୍ ଏହି ପ୍ରଭାବିତ ପରିବାରମାନଙ୍କ ପାଇଁ ଦ୍ରୁତ ଓ ଯଥୋଚିତ ସହାୟତା ପ୍ରଦାନ ପାଇଁ ସର୍ବଦା ପ୍ରଯତ୍ନ କରିଛି। ଆମେ ସର୍ବଦା ଶାନ୍ତି, ବିକାଶ ଓ ନ୍ୟାୟ ପାଇଁ କାମ କରୁଛୁ। ପ୍ରଭାବିତ ପରିବାରମାନଙ୍କୁ ଶୀଘ୍ର ଆର୍ଥିକ ସହାୟତା ମିଳିବା ସହ ଅଞ୍ଚଳରେ ଶାନ୍ତି ଓ ସମ୍ପ୍ରୀତି ପୁନଃସ୍ଥାପନ ପାଇଁ ଆମେ ସମସ୍ତଙ୍କୁ ଆହ୍ୱାନ କରୁଛୁ। ବିଜେପି ସର୍ବଦା ଜନତାଙ୍କ ସହ ରହିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ