ସେବା ସଙ୍କଳ୍ପ ଅଭିଯାନ ପାଳନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ରାଜ୍ୟ ସରକାର ତଥା ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆସନ୍ତା ୧୭ ସେପ୍େଟମ୍ବର ଠାରୁ ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ “ସେବା ସଂକଳ୍ପ ଅଭିଯାନ’ ପାଳନ ଉପଲକ୍ଷେ ଜିଲ୍ଲାପାଳ ରଘୁରାମ ଆର୍‌. ଆୟରଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସେବା ସଂକଳ୍ପ ଅଭିଯାନ ପାଳନ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ତଥା ସୁପରିଚାଳନା ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା। ବିଭିନ୍ନ କାର୍ଯ୍ୟକ୍ରମ ଯଥା ଆଶୀର୍ବାଦର ଦୀପ, ସ୍ୱପ୍ନର ଭାରତ, ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗିତା, ପଥପ୍ରାନ୍ତ ନାଟକ, ଆଙ୍ଗନ ବା ଉତ୍ସବ, ପରିବର୍ତ୍ତନର କାହାଣୀ, ବିକଶିତ ଭାରତ ସଂକଳ୍ପ ଯାତ୍ରା, ସେବାଜ୍ୟୋତି କଳସ ଯାତ୍ରା, ରଙ୍ଗୋଲି ରାଷ୍ଟ୍ର, ସେବାରେ ମୋର ଯୋଗଦାନ, ରାଷ୍ଟ୍ରୀୟ ନବ ସୃଜନର ଆହ୍ୱାନ, ସେବା ସେତୁ ଅଭିଯାନ ପ୍ରସ୍ତୁତି କାର୍ଯ୍ୟକ୍ରମ ଗୁଡିକରେ ସ୍ଥାନୀୟ ସାଂସଦ, ବିଧାୟକ, ଅନ୍ୟାନ୍ୟ ଜନ ପ୍ରତିନିଧି ଓ ଜନ ସାଧାରଣଙ୍କୁ ସାମିଲ କରାଯାଇ ଆୟୋଜନ କରିବା ସହ କାର୍ଯ୍ୟକ୍ରମର ଅଧିକ ଲୋକପ୍ରିୟତା ଓ ପ୍ରଚାର ପ୍ରସାର ପାଇଁ ସୋସିଆଲ ଇନଫ୍ଲୁଏନ୍ସର ମାନଙ୍କୁ ସାମିଲ କରାଇ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାର ପ୍ରଚାର ପ୍ରସାର କରିବା ଉପରେ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ଦେବାକୁ ବିଷଦ ଭାବେ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ନୋଡାଲ ଅଫିସର ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂହ, ସମସ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଳ୍ପ ଅଧିକାରୀ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ