ମାରିବେଡା ଗ୍ରାମରେ ମା ମାଉଳିଙ୍କ ପୂଜା ଅନୁଷ୍ଠିତ, ଯୋଗ ଦେଇ ମା ଙ୍କ ଆଶୀର୍ବାଦ ନେଲେ ଚିତ୍ରକୋଣ୍ଡା ବିଧାୟକ
ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ମାରିବେଡା ସଦର ପଂଚାୟତରେ ମା ମାଉଳି ଙ୍କ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଶତାଧିକ ଙ୍କ ଭକ୍ତଙ୍କ ଭିଡ଼ ପ୍ରତ୍ୟେକ ୨ ବର୍ଷକୁ ଥରେ ଏଠାରେ ଜମିଥାଏ। ଏହି ପୂଜା ୩ ଦିନ ଧରି ବହୁ ଆଡମ୍ବର ସହକାରେ ପାଳିତ ହେଉଥିବା ବେଳେ ମା ମାଉଳି ଙ୍କ ଆଶୀର୍ବାଦ ନିମନ୍ତେ ଆଜି ୩ୟ ଦିନରେ ପହଞ୍ଚିଥିଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ବିଧାୟକ ଶ୍ରୀ ଖିଲ ପହଞ୍ଚି ମା ମାଉଳି ଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଏହାପରେ ମନ୍ଦିର ନିମନ୍ତେ ରାସ୍ତା ଏବଂ କମ୍ୟୁନିଟି ସେଣ୍ଟର ପରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ରହିଥିବା ପୂଜା କମିଟି ପକ୍ଷରୁ ବିଧାୟକ ଶ୍ରୀ ଖିଲ ଙ୍କୁ ଅବଗତ କରାଯାଇଥିଲା। ବିଧାୟକ ମନ୍ଦିର ପରିଦର୍ଶନ କରିବା ସହ କଣ କଣ ମନ୍ଦିର ର ଆବଶ୍ୟକତା ରହିଛି ତାର ଅନୁଧ୍ୟାନ କରିଥିଲେ। ଏଥିସହ ତୁରନ୍ତ ମା ଙ୍କ ମନ୍ଦିରରେ କମ୍ୟୁନିଟି ସେଣ୍ଟର ଏବଂ ରାସ୍ତା ନିର୍ମାଣ କରାଯିବ ବୋଲି ବିଧାୟକ ଶ୍ରୀ ଖିଲ ପ୍ରତିଶ୍ରୁତି ଦେଇଥିଲେ। ମା ମାଉଳିଙ୍କ ପୂଜା ଏହି ଗ୍ରାମବାସୀ ଆଜିକୁ ୧୦୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ କରି ଆସୁଥିବା କହିଥିଲେ। ପୂଜା ନିମନ୍ତେ ମେଳା ର ଆୟୋଜନ ହୋଇଥିବା ବେଳେ ମେଳା ବୁଲି ଦେଖିଥିଲେ ବିଧାୟକ। ଗ୍ରାମର ମୁକା ପୂଜାରୀ, ଜଗନ୍ନାଥ ଗଣ୍ଡ, ଗ୍ରାମ ପେଦା ସେନା ପୂଜାରୀ, ୱାଗା ପଡ଼ିଆମୀ, କଂଗ୍ରେସ ବ୍ଲକ ସଭାପତି ମୁକୁନ୍ଦ ମାଡକାମୀ, ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ପାତ୍ର, କୋରୁକୋଣ୍ଡା ବିଧାୟକ ପ୍ରତିନିଧି ବିନାୟକ ପାତ୍ର, ବାଲିମେଳା ବିଧାୟକ ପ୍ରତିନିଧି ଇସାକ୍ ଖୋସଲାଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।


